19.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗମିନାକ୍ଷୀର ଚିକିତ୍ସାରେ ଅର୍ଥ ସାଜିଛି ବାଧକ 

ମିନାକ୍ଷୀର ଚିକିତ୍ସାରେ ଅର୍ଥ ସାଜିଛି ବାଧକ 

ମୁନିଗୁଡ଼ା : ମାନସିକ ରୋଗୀ ମା ବନ୍ଧା ହେଇଛି ଲୁହା ଶିକୁଳିରେ । ଛୋଟ ଛୋଟ ଦୁଇ ପୁଅ ଝିଅ ଆକୁଳରେ ମାର ମମତା ପାଇଁ ଝୁରି ହେଉଛନ୍ତି । ଆଉ  ବିକଳ ଆଖିରେ ଦିନସାରା ତାକୁ ଚାହିଁ ବସୁଛନ୍ତି । ସେମାନଙ୍କର ବିଶ୍ୱାସ ତାଙ୍କ ମା ଦିନେ ନିଶ୍ଚେ ଭଲ ହୋଇଯିବ । ଏଭଳି ଏକ ଘଟଣା ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କୁମୁଡ଼ାବାଲି ପଞ୍ଚାୟତର ଧୋବାଗୁଡି଼ ଗାଁରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ,  ଦୀର୍ଘ ୯ ବର୍ଷ ତଳେ ମାନସିକ ରୋଗୀ ମିନାକ୍ଷୀ(୨୫)ଙ୍କୁ ସୁବାଷକୁ ବିବାହ କରିଥିଲେ । ସ୍ୱାମୀ ସୁବାସ ନିର୍ମାଣ ଶ୍ରମିକ ଥିଲା । ଗାଁ ଗହଳିରେ ରୋଜଗାର କମ୍‌ଥିଲେ ମଧ୍ୟ ଅନ୍ୟ ଛୋଟମୋଟ କାମ କରି ପରିବାରର ପେଟ ଭରିନିଏ । ପରେ  ଦୁଇ ପୁଅଝିଅରେ ତାଙ୍କର ତେଲଲୁଣ ସଂସାର ଚାଲିଥିଲା । ପରେ ହଠାତ୍ ମିନାକ୍ଷୀ ଧୀରେଧୀରେ ଗୁମସୁମ ହୋଇଗଲା । ପରେ ବାୟାଣୀ ଭଳି ଅସ୍ଥିର ମନା ହୋଇ ଯିବାରୁ ସ୍ୱାମୀ ସୁବାଷ ଶଶୁର ଘର ସହାୟତା ଓ ସାମାଜିକ କାର୍ଯ୍ୟକାର୍ତ୍ତା ରଞ୍ଜନ ସ୍ୱାଇଁଙ୍କ ସହଯୋଗରେ ସ୍ଥାନୀୟ ଚିକିତ୍ସାଳୟ ଦେଖାଇବା ପରେ ରାୟଗଡ଼ା, ବ୍ରହ୍ମପୁର ଓ ବୁର୍ଲା ମେଡ଼ିକାଲ ନେଇ ଚିକିତ୍ସା କରାଇଲେ । ମିନାକ୍ଷୀ ଭଲ ହୋଇ ଘରକୁ ଫେରି ଆସିଲା । କିଛି ଦିନ ଠିକ୍ ଚାଲିଲା । ପରେ ମେଡିସିନ ସରିଯିବାରୁ ସୁବାଷ ଟଙ୍କା ଅଭାବକୁ ନେଇ ମେଡିସିନ କିଣିପାରିଲା ନାହିଁ କି ମିନାକ୍ଷୀକୁ ହସ୍ପିଟାଲ ନେଇ ଦେଖାଇପାରିଲା ନାହିଁ । ଏ ନେଇ ସମାଜସେବୀ ଶ୍ରୀ ସ୍ୱାଇଁ ବିଭିନ୍ନ ଗଣମାଧ୍ୟମର ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ । ହେଲେ ଏତିକିରେ ମିନାକ୍ଷୀର ରୋଗ ଭଲ ହେଲାନି, କାରଣ ତା\’ର ମସ୍ତିଷ୍କ ବିକୃତି ବଢ଼ିଯାଇଥିଲା । ଏଣୁ ତାକୁ ଏବେ ଜଣେ ଅଭିଜ୍ଞ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସା କରାଇଲେ ସେ ଭଲ ହୋଇଯାଇପାରନ୍ତା ବୋଲି ସ୍ଥାନୀୟ ହସ୍ପିଟାଲର ଚିକିତ୍ସିକମାନେ କହୁଛନ୍ତି । ସାମର୍ଥହୀନ ସ୍ୱାମୀ ସୁବାସ ସ୍ତ୍ରୀର ଏଭଳି ଅବସ୍ଥାରେ ଭାଙ୍ଗି ପଡ଼ିଛନ୍ତି । ଅନ୍ୟ ଉପାୟ ନପାଇ ସୁବାସ ତାକୁ ବାଧ୍ୟ ହୋଇ ଶିକୁଳିରେ ବାନ୍ଧି ରଖିଥିବା କୋହଭରା କଣ୍ଠରେ କହିଛନ୍ତି । ଜିଲ୍ଲା ପ୍ରଶାସନ ଏ ଗରିବ ପରିବାରକୁ ସହାୟତା କରି ମିନାକ୍ଷୀର ଚିକିତ୍ସା ବ୍ୟବସ୍ଥା କରାଇଲେ ତାଙ୍କ ପରିବାର ପୁଣି ହସି ଉଠନ୍ତା ବୋଲି ସେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking