26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗହୋମଗାର୍ଡ ହତ୍ୟା ମାମଲାରେ ୩୬ ଜଣ ଅଭିଯୁକ୍ତ ଗିରଫ 

ହୋମଗାର୍ଡ ହତ୍ୟା ମାମଲାରେ ୩୬ ଜଣ ଅଭିଯୁକ୍ତ ଗିରଫ 

ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ବେଳେ ଗତ ୫ ତାରିଖ ରାତିରେ ଗଞ୍ଜେଇ ମାଫିଆଙ୍କ ଦ୍ୱାରା ହୋମଗାର୍ଡଙ୍କ ମୃତ୍ୟୁ ଘଟଣାରେ ମାଲକାନଗିରି ପୁଲିସ ୩୬ ଜଣଙ୍କୁ ଗିରଫ କରିଛି । ଏଥିସହ ମୁଖ୍ୟ ଆସାମୀଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ମାଲାକନଗିରି ଏସ୍‌ପି ରିଷିକେଷ୍ ଡି ଖିଲାରି ପ୍ରକାଶ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଓ ରାଜ୍ୟ ବାହାର ମାଫିଆଙ୍କୁ ସହଯୋଗ କରୁଥିବା ଲୋକଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଉଛି । ଏହି ଗଞ୍ଜେଇ ଚାଷ ଓ ଚୋରା ଚାଲାଣରେ ମାଓବାଦୀମାନେ ସ୍ଥାନୀୟ ଲୋକଙ୍କୁ ପ୍ରୋତ୍ସାହନ ଦେଉଥିବା ବେଳେ ଚଳିତ ଏକମାସ ମଧ୍ୟରେ ୩୦ ରୁ ଊର୍ଦ୍ଧ୍ୱ ଗଞ୍ଜେଇ ଚୋରାଚାଲାଣକାରୀ ଗିରଫ ହେବାସହ ବିପୁଳ ପରିମାଣର ଗଞ୍ଜେଇ ଜବତ ଏବଂ ଗାଡ଼ି ଜବତ ହେଉଥିବାରୁ ମାଫିଆ ଏବଂ ମାଓବାଦୀମାନେ ହତାସ ହୋଇପଡ଼ିଛନ୍ତି । ଯାହାଫଳରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ କେତେକସ୍ଥାନରେ ସ୍ଥାନୀୟ ଲୋକଙ୍କୁ ସପକ୍ଷରେ ନେବାକୁ ଚେଷ୍ଟା ଚଲାଇଛନ୍ତି । କିନ୍ତୁ ସ୍ୱାଭିମାନ ଅଞ୍ଚଳର ଲୋକମାନେ ବିକାଶାର ଧାରାକୁ ଗ୍ରହଣ କରିବାରେ ଲାଗିଲେଣି । ଯାହାକି ସ୍ୱାଭିମାନ ଅଞ୍ଚଳ ଲୋକ ଏକତ୍ରୀତ ହୋଇ ମାଓବାଦୀଙ୍କୁ ବିରୋଧ କରିଛନ୍ତି । ନିକଟରେ ଡିଜି ଅଭୟ ଏବଂ ଡିଆଇଜି ସଫିକ୍ କେ ଅହମଦ ମାଲକାନଗିରି ଜିଲ୍ଲା ଗସ୍ତକରି ଜିଲ୍ଲାକୁ ସମ୍ପୂର୍ଣ୍ଣ ମାଓ ମୁକ୍ତ କରାଯିବାସହ ଗଞ୍ଜେଇ ଚୋରାଚାଲାଣ ଓ ଚାଷ ଉପରେ ରୋକ ଲଗାଇବା ଉପରେ ଗୁରୁତ୍ୱ ଦେଇଥିଲେ ବୋଲି ଏସ୍‌ପି ଶ୍ରୀ ଖିଲାରି ପ୍ରକାଶ କରିଛନ୍ତି । ଗିରଫ ୩୬ ଜଣ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ, କସାଗୁମୁଡ଼ା, ଉମରକୋଟ, ବଡ଼ମୁଣ୍ଡା, ସିଙ୍ଗସାଣି, ନବରଙ୍ଗପୁର, କୋଡିଗାଁ ଓ କୋରାପୁଟ ଜିଲ୍ଲାର କୋଟପାଡ଼ ଓ କୋଡିଙ୍ଗା ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନଙ୍କ ଠାରୁ ୧୯୧୭ କେଜି ଗଞ୍ଜେଇ, ଦୁଇଟି ଅଟୋରିକ୍ସା, ଛଅଟି ମୋବାଇଲ, ୩୦ ହଜାର ଟଙ୍କା ନଗଦ ଜବତ କରାଯାଇ ମାଥିଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଏସ୍‌ପି ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking