29.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ର ପ୍ରସଙ୍ଗରେ ମୋଦିଙ୍କ ପ୍ରଥମ ବିବୃତି; ଆମେରିକା ସହ ସମ୍ପର୍କ ଖରାପ ହେବନି,...

ପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ର ପ୍ରସଙ୍ଗରେ ମୋଦିଙ୍କ ପ୍ରଥମ ବିବୃତି; ଆମେରିକା ସହ ସମ୍ପର୍କ ଖରାପ ହେବନି, ଆମେ ତଦନ୍ତ କରିବୁ

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ର ପ୍ରସଙ୍ଗରେ ପ୍ରଥମ ଥର ପାଇଁ ବିବୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ରରେ ଭାରତୀୟ ନାଗରିକଙ୍କ ସମ୍ପୃକ୍ତି ଅଛି ବୋଲି ଆମେରିକା କରିଆସୁଥିବା ଦାବି ଉପରେ ମୋଦିଙ୍କ ବିବୃତି ଆମେରିକା ପ୍ରତି ଏକ ଦୃଢ଼ ଜବାବ ବୋଲି ବିବେଚନା କରାଯାଉଛି । ଇଂଲଣ୍ଡର ସମ୍ବାଦପତ୍ର ‘ଦି ଫାଇନାନ୍‌ସିଆଲ ଟାଇମ୍ସ’କୁ ସାକ୍ଷାତକାର ଦେଇ ମୋଦି କହିଛନ୍ତି, ପନ୍ନୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଯଦି ଭାରତୀୟଙ୍କ ସମ୍ପୃକ୍ତି ଥିବା ନେଇ କୌଣସି ପ୍ରକାର ସନ୍ଦେହ ରହିଛି ତେବେ ଏସମ୍ପର୍କରେ ତଦନ୍ତ କରାଯିବ ଏବଂ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏଭଳି ଛୋଟମୋଟ ଘଟଣା ଲାଗି ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ କଦାପି ଖରାପ ହେବ ନାହିଁ । ସେ ନିଜେ ଏସମ୍ପର୍କରେ ବନ୍ଧୁ ତଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ କଥା ହୋଇଥିବା ମୋଦି କହିଛନ୍ତି । ମୋଦିଙ୍କ କହିବାନୁସାରେ ଯଦି କୌଣସି ଭାରତୀୟ ଅନ୍ୟ ଦେଶରେ କିଛି ଭଲ ବା ଖରାପ କାମ କରୁଥାଏ ତେବେ ଭାରତ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ରହିଆସିଛନ୍ତି । ଏହି ପ୍ରସଙ୍ଗରେ ମଧ୍ୟ ଏହା ବଳବତ୍ତର ରହିବ । ଆମେ ଏପ୍ରକାର ଅଭିଯୋଗ ଉପରେ ତଦନ୍ତ କରିବାକୁ ପ୍ରସ୍ତୁତ ଅଛୁ । ନ୍ୟାୟିକ ଶାସନ ବ୍ୟବସ୍ଥା ପ୍ରତି ଆମର ପ୍ରତିବଦ୍ଧତା ରହିଛି । ତେବେ ବିଦେଶରେ ଥିବା ଉଗ୍ରବାଦୀ ସଂଗଠନଗୁଡ଼ିକର କାର୍ଯ୍ୟକଳାପ ଉପରେ ଚିନ୍ତା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ୋଦି କହିଛନ୍ତି ଯେ, ବାକ୍ ସ୍ୱାଧୀନତା ଆଳରେ ସେମାନେ ଭୟାବହ ବାତାବରଣ ସୃଷ୍ଟି କରି ହିଂସା ଉଦ୍ରେକ କରାଉଛନ୍ତି । ସୂଚନାଯୋଗ୍ୟ ପନ୍ନୁଙ୍କୁ ହତ୍ୟା କରିବା ଲାଗି କରାଯାଇଥିବା ଷଡଯନ୍ତ୍ରରେ ସମ୍ପୃକ୍ତି ରହିଛି କହି ଗତ ମାସରେ ଆମେରିକାର ବିଚାର ବିଭାଗ ନିଖିଳ ଗୁପ୍ତା ନାମରେ ଜଣେ ୫୨ବର୍ଷୀୟ ଭାରତୀୟ ନାଗରିକଙ୍କ ନାମରେ ଅଭିଯୋଗ କରିଥିଲା । ଏହି ଷଡଯନ୍ତ୍ରରେ ନିଖିଳ ଗୁପ୍ତା ଭାରତ ସରକାରଙ୍କ ଗୁଇନ୍ଦା ଏଜେନ୍ସିର ଜଣେ କର୍ମଚାରୀଙ୍କ ସହ ସାମିଲ ହୋଇଥିବା ନେଇ ଆମେରିକା ଅଭିଯୋଗ କରିଥିଲା । ଜୁନ୍ ୨ଠ୨୩ରେ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଆମେରିକୀୟ ଅଧିକାରୀମାନେ ଭାରତ ସମ୍ମୁଖରେ ଏହି ପ୍ରସଙ୍ଗକୁ ଉଠାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking