34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶନୂଆ ଟେଲି କମ୍ୟୁନିକେଶନ ବିଲ୍ ଲୋକସଭାରେ ପାରିତ; ଏଣିକି ଜାଲ୍ ସିମ୍ ନେଲେ ୩ବର୍ଷ ଜେଲ୍‌,...

ନୂଆ ଟେଲି କମ୍ୟୁନିକେଶନ ବିଲ୍ ଲୋକସଭାରେ ପାରିତ; ଏଣିକି ଜାଲ୍ ସିମ୍ ନେଲେ ୩ବର୍ଷ ଜେଲ୍‌, ୫ଠ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ନୂଆ ଟେଲି କମ୍ୟୁନିକେଶନ ବିଲ୍ ୨ଠ୨୩ ପାରିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ଗୃହରେ ଉପସ୍ଥାପନ କରିଥିଲେ । ଏସମ୍ପର୍କରେ ଗୃହରେ ଅଧିକ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ବିଲ୍‌ରେ ଫେକ୍ ବା ଜାଲ୍ ସିମ୍ ନିଆଯିବା ଉପରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୫ଠ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ପ୍ରାବଧାନ କରାଯାଇଛି । ଅର୍ଥାତ୍ ଟେଲିକମ୍ କମ୍ପାନୀମାନେ ଉପଭୋକ୍ତାମାନଙ୍କୁ ସିମ୍ କାର୍ଡ ଜାରି କରିବା ପୂର୍ବରୁ ସେମାନଙ୍କର ବାୟୋମେଟ୍ରିକ୍ ପରିଚୟ ପତ୍ର ଗ୍ରହଣ କରିବାକୁ ବାଧ୍ୟତାମୂଳକ କରାଯାଇଛି । । ଏତଦ୍‌ବ୍ୟତୀତ ଏହି ବିଲ୍ ଅନ୍ତର୍ଗତ ସରକାର ରାଷ୍ଟ୍ରୀୟ ସୁରକ୍ଷା କାରଣରୁ କାହାକୁ ଟେଲିକମ୍ ସର୍ଭିସ କିମ୍ବା ନେଟୱାର୍କର ଟେକ୍ ଓଭର, ମ୍ୟାନେଜମେଣ୍ଟ କିମ୍ବା ସେସସବୁକୁ ବାତିଲ କରିପାରିବାର ଅଧିକାର ହାସଲ କରିପାରିବେ । କେନ୍ଦ୍ରମନ୍ତ୍ରୀଙ୍କ ଅନୁସାରେ ଏହି ବିଲ୍ ୧୩୮ ବର୍ଷ ପୁରୁଣା ଭାରତୀୟ ଟେଲିଗ୍ରାଫ୍ ଅଧିନିୟମକୁ ପରିବର୍ତ୍ତନ କରିବା ସହ ଏହା ଟ୍ରାଇ ଆକ୍ଟ ୧୯୯୭କୁ ମଧ୍ୟ ସଂଶୋଧିତ କରିବ । ଯାହାକି ଟେଲିକମ୍ ସେକ୍ଟରକୁ କଣ୍ଟ୍ରୋଲ କରିପାରିବ । ଏହା ବ୍ୟତୀତ ଦ ଇଣ୍ଡିଆନ୍ ୱୟାରଲେସ୍ ଟେଲିଗ୍ରାଫ୍ ଆକ୍ଟ ୧୯୩୩ ଏବଂ ଟେଲିଗ୍ରାଫ୍ ୱାୟାରର୍ସ ଆକ୍ଟ ୧୯୫ଠକୁ ମଧ୍ୟ ଏହି ବିଲ୍ ସ୍ଥାନ ଦେବ । ଏତଦ୍‌ବ୍ୟତୀତ ଏହି ନୂଆ ଟେଲିକମ୍ ବିଲ୍ ଅଧୀନରେ ଟେଲିକମ୍ କମ୍ପାନୀଙ୍କୁ ପ୍ରତ୍ୟେକ ସର୍ଭିସ ପାଇଁ ନେବାକୁ ପଡୁଥିବା ଭିନ୍ନ ଭିନ୍ନ ଲାଇସେନ୍ସ ସିଷ୍ଟମ୍‌ରେ ମଧ୍ୟ ପରିବର୍ତ୍ତନ ସମ୍ଭବ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking