32.1 C
Bhubaneswar
Sunday, June 16, 2024
Homeଓଡିଶାଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ

ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ

କନ୍ଧମାଳ: ଦାରିଙ୍ଗବାଡ଼ିରେ ବର୍ଷର ପ୍ରଥମ ତୁଷାରପାତ। ଭୋରରୁ କେତେକ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ଆଜି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାର ପାତ ଦେଖାଯାଇଛି । ପାରଦ ୮.୫ ଡିଗ୍ରୀକୁ ଖସି ଆସିଛି। ପର୍ଯ୍ୟଟକଙ୍କ ମନରେ ଖୁସି ଆଣିଦେଇଛି ଏହି ତୁଷାର ପାତ। ତେବେ ତୁଷାରପାତ ଯୋଗୁଁ ଅଞ୍ଚଳରେ ଅଧିକ ଜାଡ଼ ଅନୁଭୂତ ହେଉଛି ଫଳରେ ଲୋକେ କାମଧନ୍ଦାକୁ ମଧ୍ୟ ଯାଇ ପାରୁନାହାନ୍ତି। ଘର ଭିତରେ ଅସମ୍ଭାଳ ଶୀତ ହେଉଛି। ଗରିବ ଓ ଶ୍ରମଜୀବୀ କର୍ମକ୍ଷେତ୍ରକୁ ଯାଇ ପାରୁନାହାନ୍ତି। ଦିନ ୧୧ଟା ପର୍ଯ୍ୟନ୍ତ ଘରୁ ବାହାରି ହେଉନାହିଁ। ଦିନ ସାରା ଥଣ୍ଡା ପବନ ବୋହୁଛି।

ସନ୍ଧ୍ୟା ହୋଇଗଲେ ବଜାର ଖାଁ ଖାଁ ହୋଇଯାଉଛି। ରାତି ସାରା ପିଲାଠୁ ବୟସ୍କ ନିଆଁ ଜାଳି ବସିରହୁଛନ୍ତି। ସେପଟେ ରାଜ୍ୟରେ ସବୁଠି ପାରଦ ତଳ ମୁହାଁ ହୋଇଥିବାରୁ ଥରୁଛି ସାରା ଓଡ଼ିଶା। ରାତିର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସି ଆସିଛି। ୧୪ ସହରର ରାତି ତାପମାତ୍ରା ୧୦ ଡିଗ୍ରୀଠୁ କମ ରହିଛି। ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲା ଜ. ଉଦୟଗିରିରେ ୫ ଡିଗ୍ରୀ ରେକର୍ଡ କରାଯାଇଛି। ଫୁଲବାଣୀରେ ୭, କିରେଇରେ ୭.୫, କୋରାପୁଟରେ ୮, ସେମିଳିଗୁଡ଼ାରେ ୮.୪ ଓ ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ରେକର୍ଡ କରାଯାଇଛି। କଟକ ଓ ଭୁବନେଶ୍ବରରେ ପାରଦ ସର୍ବନିମ୍ନସ୍ତର ୧୩ ଡିଗ୍ରୀକୁ ଖସିଆସିଛି। ୨୪ରୁ ୨୬ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତା ୩ ଦିନ ଯାଏ ଏଭଳି ସ୍ଥିତି ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking