34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶ୧୪୧ ସାଂସଦ ନିଲମ୍ବନ ଘଟଣାରେ ସୋନିଆଙ୍କ ପ୍ରତିକ୍ରିୟା; ଗଣତନ୍ତ୍ରର ଶ୍ୱାସରୁଦ୍ଧ କରାଯାଇଛି

୧୪୧ ସାଂସଦ ନିଲମ୍ବନ ଘଟଣାରେ ସୋନିଆଙ୍କ ପ୍ରତିକ୍ରିୟା; ଗଣତନ୍ତ୍ରର ଶ୍ୱାସରୁଦ୍ଧ କରାଯାଇଛି

ନୂଆଦିଲ୍ଲୀ: ଗତ ଦୁଇ ଦିନ ମଧ୍ୟରେ ସଂସଦର ଉଭୟ ଗୃହରୁ ପ୍ରାୟ ୧୪୧ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଏହାକୁ ନେଇ ଏବେ ରାଜନୈତିକ ବାତାବରଣ ବେଶ୍ ଉଷ୍ମ ହୋଇପଡିଛି । ଏସବୁ ମଧ୍ୟରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ବୁଧବାର ସଂସଦୀୟ ଦଳ ବୈଠକରେ ଉଦ୍‌ବୋଧନ ଦେବା ଅବସରରେ କେନ୍ଦ୍ର ସରକାରଙ୍କ ଏତାଦୃଶ ଆଚରଣକୁ ସେ କଡା ଶବ୍ଦରେ ନିନ୍ଦା କରିଛନ୍ତି । ସଂସଦର ସମ୍ବିଧାନ ସଦନର ସେଣ୍ଟ୍ରାଲ ହଲ୍‌ରେ ଆୟୋଜିତ ଏହି ବୈଠକରେ ସୋନିଆ କହିଛନ୍ତି ଏବେର ବିଜେପି ସରକାର ଗଣତନ୍ତ୍ରର ଶ୍ୱାସରୁଦ୍ଧ କରିଛନ୍ତି । ଆଗରୁ ଗୃହରୁ କେବେ ଏତେ ସଂଖ୍ୟକ ବିରୋଧୀ ସାଂସଦଙ୍କୁ ସାମୂହିକ ଭାବେ ନିଲମ୍ବନ କରାଯାଇନଥିଲା । ଯୁକ୍ତିସଂଗତ ଓ ପ୍ରାସଙ୍ଗିକ ଦାବି ଉପସ୍ଥାପନ କରୁଥିବା ସାଂସଦଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗୃହକାର୍ଯ୍ୟରୁ ଦୂରେଇ ରଖିବା ପାଇଁ ଏହା ଶାସକ ଦଳର ଏକ ଚାଲ୍ । ସୋନିଆଙ୍କ କହିବାନୁସାରେ ଡିସେମ୍ବର ୧୩ ତାରିଖରେ ସଂସଦୀୟ ସୁରକ୍ଷା ତ୍ରୁଟି ଉପରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବିବୃତି ଦାବି କରିଥିବା ବିରୋଧୀ ସାଂସଦମାନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି । ତେବେ କଂଗ୍ରେସ ଏହି ସାଂସଦମାନଙ୍କୁ ପୂର୍ଣ୍ଣ ସମର୍ଥନ କରୁଛି । ବିରୋଧୀ ସାଂସଦଙ୍କ ଦାବି କଦାପି ଅଯୌକ୍ତିକ ନଥିଲା । ତଥାପି ସେମାନଙ୍କୁ ଗୃହରୁ ବାହାର କରିଦିଆଯାଇଛି । ଏହା କେନ୍ଦ୍ର ସରକାରଙ୍କ ସ୍ୱେଚ୍ଛାଚାରିତା ଏବଂ ଅହଂକାରକୁ ଦର୍ଶାଉଛି । ଡିସେମ୍ବର ୧୩ ତାରିଖରେ ଯାହା ଘଟିଲା ତାହା ଅକ୍ଷମଣୀୟ । କିନ୍ତୁ ଏସଂକ୍ରାନ୍ତରେ କହିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୪ ଦିନ ଲାଗିଲା, ତାହା ପୁଣି ସଂସଦ ବାହାରେ । ଏଭଳି କରି ପ୍ରଧାନମନ୍ତ୍ରୀ ଲୋକସଭାର ମର୍ଯ୍ୟାଦା କ୍ଷୂର୍ଣ୍ଣ କରିବା ସହ ଦେଶବାସୀଙ୍କ ପ୍ରତି ଅସମ୍ମାନ କରିଛନ୍ତି ବୋଲି ସୋନିଆ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking