28.8 C
Bhubaneswar
Saturday, June 20, 2026
Homeଦେଶ ବିଦେଶସଂସଦରେ ବିରୋଧୀଙ୍କୁ ମୋଦିଙ୍କ କଟାକ୍ଷ

ସଂସଦରେ ବିରୋଧୀଙ୍କୁ ମୋଦିଙ୍କ କଟାକ୍ଷ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦକୁ ସମ୍ବୋଧନ କରି କହିଛନ୍ତି, ରାଜନୈତିକ ଦଳମାନେ ଡ୍ରାମା ନୁହେଁ, ଡେଲିଭରି ଉପରେ ଗୁରୁତ୍ୱ ଦେବା ଉଚିତ । ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟର କଡା ଜବାବ ଦେଇଛି କଂଗ୍ରେସ ।ଅଧିବେଶନ ଆରମ୍ଭ ହେବାର କିଛି ମିନିଟ ପୂର୍ବରୁ ସଂସଦ ଭବନର ହଂସ ଦ୍ୱାରରେ ମିଡିଆକୁ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ସଂସଦର ସଦସ୍ୟ ବିଶେଷ କରି ବିରୋଧୀଦଳ ନାଟକ ନୁହେଁ, ଫଳାଫଳ ଉପରେ ଧ୍ୟାନ ଦେବା ଦରକାର । ସଂସଦୀୟ ଆଚରଣକୁ ପାଳନ କରିବା ଦରକାର ।’ ସେ କହିଥିଲେ, ‘ଡ୍ରାମା ନହିଁ, ଡେଲିଭରି ଚାହିଏ ।’ ସଂସଦ ଅଧିବେଶନରେ ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀଙ୍କ ହଙ୍ଗାମାକୁ ଲକ୍ଷ୍ୟକରି ସେମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି। ମୋଦି କହିଥିଲେ, ‘ବିଶ୍ୱ ଦରବାରରେ ଭାରତ ପ୍ରମାଣିତ କରିସାରିଛି, ଗଣତନ୍ତ୍ର ଡେଲିଭରି କରେ ।’ ସେ ଆହୁରି କହିଥିଲେ, ‘ଚଳିତ ଅଧିବେଶନରେ ସଂସଦ କଣ ଚାହୁଁଛି, କଣ ଚିନ୍ତା କରୁଛି ଏବଂ ଦେଶ ପାଇଁ କଣ କରାଯିବ ସେ ବିଷୟରେ ଆଲୋଚନା କରାଯିବା ଉଚିତ ।’

ଏଥର ଶୀତକାଳୀନ ଅଧିବେଶନ ପୂର୍ବପରି ହେବନାହିଁ । ଏଥର ଅଧିବେଶନ ବିକାଶର ଧାରାକୁ ଶକ୍ତି ପ୍ରଦାନ କରିବ । ମୋଦି କହିଥିଲେ, ‘ନିକଟରେ ବିହାର ନିର୍ବାଚନର ଭୋଟିଂ ଢାଞ୍ଚା ଏକ ନୂଆ ଆଶା ଏବଂ ବିଶ୍ୱାସ ସୃଷ୍ଟି କରିଛି । ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ଅର୍ଥନୀତିର ବିକାଶ କିପରି ହୋଇଛି ତାହା ବିଶ୍ୱ ଦେଖିଛି ।’ ବିରୋଧୀଙ୍କୁ କଡା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ‘ବିରୋଧୀମାନେ ମଧ୍ୟ ସେମାନଙ୍କର ଦାୟିତ୍ୱ ପାଳନ କରିବା ଉଚିତ । କେତେକ ଦଳ ଅଛନ୍ତି ଯେଉଁମାନେ ପରାଜୟକୁ ହଜମ କରି ପାରୁ ନାହାଁନ୍ତି । ପରାଜୟ ସେମାନଙ୍କୁ ସମସ୍ୟାରେ ପକାଉଛି ।’ ମୋଦି କହିଛନ୍ତି, ‘ଯେଉଁମାନେ ନୂଆକରି ଗୃହକୁ ଆସିଛନ୍ତି କିମ୍ବା ଯେଉଁମାନେ କନିଷ୍ଠ ସଦସ୍ୟ ସେମାନଙ୍କୁ ନିଜ ଅଞ୍ଚଳର ସମସ୍ୟା ବିଷୟରେ କହିବାର ସୁଯୋଗ ମିଳୁନାହିଁ । ତେଣୁ ଦଳ ନିର୍ବିଶେଷରେ ପ୍ରଥମ କରି ଆସିଥିବା ସଦସ୍ୟମାନଙ୍କୁ କହିବା ପାଇଁ ସୁଯୋଗ ଦିଆଯିବା ଉଚିତ । ତେଣୁ ଡ୍ରାମା ନ କରି ଏସବୁ ଜିନିଷକୁ ଗୁରୁତ୍ୱର ସହ ନେବା କଥା । ଡ୍ରାମା କରିବା ପାଇଁ ଆହୁରି ଅନେକ ଜାଗା ରହିଛି । ହେଲେ ଏହି ଜାଗା କରିବାର ଜାଗା..ଡେଲିଭରିର ଜାଗା’ ବୋଲି କହିଛନ୍ତି ମୋଦି।

ସଂସଦ ତାର ଉଦ୍ଦେଶ୍ୟ ସାଧନ ପାଇଁ ତତ୍ପରତାର ସହ ଚାଲିବା ଉଚିିତ । ତେଣୁ ଦେଶ ପାଇଁ ସଂସଦ କଣ ଭାବୁଛି ଏହି ଅଧିବେଶନରେ ତାହା ଉପରେ ଗୁରୁତ୍ୱ ଦେବା ଉଚିତ । ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ ହେବା ଉଚିତ । ବିରୋଧୀ ମଧ୍ୟ ସେମାନଙ୍କର ଦିୟିତ୍ୱ ପାଳନ କରିବା ଉଚିତ । ସେମାନେ ମଧ୍ୟ ସେହିପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିବା ଉଚିତ । ସେମାନେ ପରାଜୟର ଗ୍ଳାନିରୁ ବାହାରି ଆସିବା ଉଚିତ । ଅନ୍ୟପକ୍ଷେ, ପ୍ରଧାନମନ୍ତ୍ରୀଙ୍କ ଡ୍ରାମା ଡେଲିଭରି ପ୍ରସଙ୍ଗର କଡା ଜବାବ ରଖିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ କହିଛନ୍ତି, ସଂସଦର ପ୍ରଥମ ଦିନରେ ମୁଖ୍ୟ ପ୍ରସଙ୍ଗକୁ ନ ଆସି ପ୍ରଧାନମନ୍ତ୍ରୀ ପୁଣି ଡ୍ରାମାବାଜି ଡେଲିଭରି ପ୍ରସଙ୍ଗ ଉଠାଉଛନ୍ତି । ଖ଼ଡଗେ ତାଙ୍କର ଏକ୍ସ ହାଣ୍ଡେଲରେ ଲେଖିଛନ୍ତି ‘ଶୀତାକାଳୀନ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ମୁଖ୍ୟ ପ୍ରସଙ୍ଗ ବିଷୟରେ କହିବା ବଦଳରେ ପୁଣି ଥରେ ଡ୍ରାମାବାଜିର ଡେଲିଭରି କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking