29.3 C
Bhubaneswar
Saturday, June 20, 2026
Homeଓଡିଶାରାଜ୍ୟରୁ ତଡ଼ିପାର୍ ହେଲେଣି ୪୯ ବାଂଲାଦେଶୀ

ରାଜ୍ୟରୁ ତଡ଼ିପାର୍ ହେଲେଣି ୪୯ ବାଂଲାଦେଶୀ

ଭୁବନେଶ୍ୱର: ରାଜ୍ୟରୁ ତଡ଼ିପାର୍ ହେଲେଣି ୪୯ ବାଂଲାଦେଶୀ। ନୂଆ ସରକାର ଆସିବା ପରେ ଚିହ୍ନଟ ହୋଇଛନ୍ତି ୫୧ ବାଂଲାଦେଶୀ। ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠାଗଲାଣି। ଦୁଇ ଜଣ ଜାଲ୍ କାଗଜପତ୍ରରେ ଭାରତୀୟ ପାସ୍‌ପୋର୍ଟ କରିଥିବାରୁ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଏଥିସହ ରାଜ୍ୟର ସମସ୍ତ ଜିଲ୍ଲାରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ, ଅଟକ ଏବଂ ଦେଶାନ୍ତରୀକରଣ ପାଇଁ ‘ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ’ କମିଟି ଗଠନ କରାଯାଇଛି। ସମସ୍ତ ଜିଲ୍ଲାର ଏସ୍‌ପିମାନଙ୍କୁ ନିୟମିତଭାବେ କେନ୍ଦ୍ର ଗୃ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ଖୋର୍ଦ୍ଧାରୁ ୨୪ ଜଣ, କଟକରୁ ୧୫ ଜଣ, ଗଞ୍ଜାମରୁ ୬ ଜଣ, କନ୍ଧମାଳରୁ ୩ ଜଣ, କୋରାପୁଟରୁ ଜଣଙ୍କୁ ଆଇନଗତ ଭାବେ ବାଂଲାଦେଶ ପଠାଇ ଦିଆଯାଇଛି।

ଗଞ୍ଜାମ ଓ କନ୍ଧମାଳରୁ ଜଣେ ଲେଖାଏଁ ଅନୁପ୍ରବେଶକାରୀ ଜାଲ୍ କାଗଜପତ୍ର ଦେଇ ନିଜ ନାଁରେ ଭାରତୀୟ ପାସପୋର୍ଟ ତିଆରି କରିଥିଲେ। ସେମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି। ଏବେ ରାଜ୍ୟରେ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ନିୟମିତ ଭାବେ ଚାଲୁ ରହିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଧାନସଭାକୁ ଅବଗତ କରାଇଛନ୍ତି। ଏଥିସହ ରାଜ୍ୟର ସମସ୍ତ ଜିଲ୍ଲାରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ, ଅଟକ ଏବଂ ଦେଶାନ୍ତରୀକରଣ ପାଇଁ ‘ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ’ ଗଠନ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ଟି ରାଜ୍ୟସ୍ତରୀୟ ଏବଂ ୧୮ଟି ଜିଲ୍ଲାସ୍ତରୀୟ ଅଟକ କେନ୍ଦ୍ର ଖୋଲା ଯାଇଛି । ମୋଟ ୨୦ଟି ଅନୁପ୍ରବେଶ କେନ୍ଦ୍ର ଖୋଲାଯାଇ ଚିହ୍ନଟ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦେଶାନ୍ତର ପର୍ଯ୍ୟନ୍ତ ସେଠାରେ ରଖାଯାଉଛି। ଚିହ୍ନଟ ପ୍ରକ୍ରିୟାରେ ୧୭୬୮ ଜଣ ସନ୍ଦିଗ୍ଧଙ୍କ ଯାଞ୍ଚ କରାଯାଇଛି। ସେଥିମଧ୍ୟରୁ ୧୬୬୭ ଜଣଙ୍କୁ ଭାରତୀୟ ଭାବେ ଚିହ୍ନଟ କରାଯାଇ ମୁକ୍ତ କରାଯାଇଛି। ୫୧ ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୪୯ ଜଣଙ୍କୁ ଦେଶାନ୍ତରୀକରଣ କରାଯାଇଛି। ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅବଶିଷ୍ଟ ୫୦ ଜଣ ସନ୍ଦିଗ୍ଧଙ୍କ ପରିଚୟପତ୍ର ଯାଞ୍ଚ ପ୍ରକ୍ରିୟା ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking