36.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶମୋଦୀ ସାଙ୍ଗିଆକୁ ନେଇ ମାନହାନୀ ମାମଲା: ରାହୁଲ ଗାନ୍ଧୀଙ୍କ ଜାମିନ ଅବଧି ଏପ୍ରିଲ ୧୩ ଯାଏଁ...

ମୋଦୀ ସାଙ୍ଗିଆକୁ ନେଇ ମାନହାନୀ ମାମଲା: ରାହୁଲ ଗାନ୍ଧୀଙ୍କ ଜାମିନ ଅବଧି ଏପ୍ରିଲ ୧୩ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆକୁ ନେଇ ମାନହାନୀ ମାମଲା । ଏପ୍ରିଲ ୧୩ ଯାଏ ବଢିଲା ରାହୁଲ ଗାନ୍ଧୀଙ୍କ ଜାମିନ ଅବଧି । ତଳ କୋର୍ଟର ଦଣ୍ଡାଦେଶକୁ ଗୁଜରାଟ ସୁରଟର ଉପର କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ରାହୁଲ ଗାନ୍ଧୀ । ଦଣ୍ଡାଦେଶର ୧୧ ଦିନ ପରେ ରାହୁଲ ଗାନ୍ଧୀ ଚ୍ୟାଲେଞ୍ଜ କରିଛନ୍ତି । ରାହୁଲ ଗାନ୍ଧୀ ଆଜି ସୁରଟ ଆସିଛନ୍ତି । ତାଙ୍କ ସହିତ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ତିନି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି । ସୁରଟ କୋର୍ଟ ବାହାରେ କଂଗ୍ରେସ ନେତା ଓ କର୍ମୀଙ୍କ ଭିଡ ରହିଛି । ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୦୧୯ରେ ରାହୁଲ ଗାନ୍ଧୀ ମୋଦୀ ସାଙ୍ଗିଆକୁ ନେଇ ଆପତିଜନକ ଟିପ୍ପଣୀ ଦେଇଥିଲେ । ଏହାପରେ ଗତମାସରେ ସୁରଟର ତଳ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିସହ ୨ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଥିଲା । ଦଣ୍ଡାଦେଶର ୩୦ ଦିନ ମଧ୍ୟରେ ରାହୁଲ ରାୟକୁ ଚ୍ୟାଲେଞ୍ଜ କରିପାରିବେ ବୋଲି ନିୟମ ରହିଛି । ଯଦିଓ ଏହି ମାମଲାରେ ରାହୁଲଙ୍କୁ ଜାମିନ ମିଳିଯାଇଥିଲା । ହେଲେ ସେ ୨ ବର୍ଷ ପାଇଁ ଦଣ୍ଡିତ ହୋଇଥିବାରୁ ଜନପ୍ରତିନିଧି ଆକ୍ଟ ଅନୁଯାୟୀ ଲୋକସଭା ସଦସ୍ୟ ପଦ ହରାଇଛନ୍ତି । ଏବେ ଏହାକୁ କଂଗ୍ରେସ ଗୋଟିଏ ମଡ ମୁଦ୍ଦା କରିଛି କେନ୍ଦ୍ରର ଶାସକ ଦଳ ବିଜେପି ବିରୋଧରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking