29.1 C
Bhubaneswar
Tuesday, April 28, 2026
Homeଓଡିଶାଆସୁଛନ୍ତି ମୋଦୀ: ବଢ଼ୁଛି ଉତ୍ସାହ

ଆସୁଛନ୍ତି ମୋଦୀ: ବଢ଼ୁଛି ଉତ୍ସାହ

ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଇବା ନିରନ୍ତର ପ୍ରକ୍ରିୟା
କୌଣସି ଫୋନ୍‌ କଲ୍‌/ଫେକ୍‌ ଲିଙ୍କ୍‌କୁ ବିଶ୍ୱାସ ନକରିବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ଗାଁ ଗାଁରେ ଉତ୍ସାହ ବଢୁଛି । ଆସନ୍ତାକାଲି ତା.୧୭/୦୯/୨୦୨୪ରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ । ଯୋଗ୍ୟ ହିତାଧିକାରୀମାନଙ୍କୁ ସେହିଦିନ ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ । ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ୱଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ଲେଖାଏଁ ପଠାଯାଇଛି । ଏକ ଟଙ୍କା ପଠାଯିବା ପରେ ତାହା ଏସ୍‌ଏମ୍‌ଏସ୍‌ ଜରିଆରେ ହିତାଧିକାରୀଙ୍କୁ ମଧ୍ୟ ଅବଗତ କରାଯାଉଛି । ଆକାଉଣ୍ଟକୁ ‘ଏକ ଟଙ୍କା ପ୍ରଦାନ’ ଏକ ନିରନ୍ତର ପ୍ରକ୍ରିୟା । ଯେଉଁମାନଙ୍କ ଆକାଉଣ୍ଟକୁ ଏକ ଟଙ୍କା ଯାଇନାହିଁ, ସେମାନଙ୍କ ଆବେଦନ ଫର୍ମ ବିଚାରାଧୀନ ଅଛି । ଆବେଦନ ଫର୍ମଗୁଡ଼ିକର ଯାଞ୍ଚ ପରେ ଅନ୍ୟ ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ମଧ୍ୟ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପ୍ରଦାନ କରାଯିବ । ଫଳରେ ପ୍ରକ୍ରିୟାର ସ୍ୱଚ୍ଛତା ସୁନିଶ୍ଚିତ ହୋଇପାରିବ ।

ଏହି ବ୍ୟବସ୍ଥାକୁ ଆଳ କରି କିଛି ଠକ ଓ ଖଳ ପ୍ରକୃତିର ଲୋକ ବ୍ୟାଙ୍କ ନାମରେ ଫୋନ କରି ଅନ୍ୟ ଆବେଦନକାରୀମାନଙ୍କୁ ଗୋଟିଏ ଲିଙ୍କ୍‌ରେ କ୍ଲିକ୍‌ କରି ତଥ୍ୟ ପ୍ରଦାନ କଲେ ସେମାନଙ୍କ ବ୍ୟାଙ୍କ ଖାତାକୁ ମଧ୍ୟ ଏକ ଟଙ୍କା ଯିବ ବୋଲି ଦାବି କରୁଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ ବ୍ୟାଙ୍କ କିମ୍ବା ବିଭାଗ ପକ୍ଷରୁ ହିତାଧିକାରୀମାନଙ୍କୁ ଏପରି କୌଣସି ଫୋନ୍‌ କଲ ଯାଏନାହିଁ (କେବଳ ଏସ୍‌ଏମ୍‌ଏସ୍‌ ଦିଆଯାଏ) ଏବଂ ଏପରି କୌଣସି ଲିଙ୍କ୍‌ ସରକାର କିମ୍ବା କୌଣସି ବ୍ୟାଙ୍କ୍‌ ତରଫରୁ ଜାରି କରାଯାଇନାହିଁ । ଏଣୁ ଏପରି କୌଣସି ଫୋନ କଲ୍‌କୁ ବିଶ୍ୱାସ ନକରିବାକୁ ଏବଂ କୌଣସି ଲିଙ୍କ୍‌ରେ କ୍ଲିକ୍‌ ନ କରିବାକୁ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସତର୍କ କରି ଦିଆଯାଇଛି । କୌଣସି ପ୍ରକାର ଠକାମିର ଶିକାର ନ ହେବା ପାଇଁ ବିଭାଗ ପକ୍ଷରୁ ଏପରି ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking