30.1 C
Bhubaneswar
Saturday, May 4, 2024
Homeଓଡିଶାକଟକ ବାରବାଟୀରେ ଦିନିକିଆ ମ୍ୟାଚ୍ ପାଇଁ ‘ମୋ ବସ୍’ର ସ୍ୱତନ୍ତ୍ର ସେବା

କଟକ ବାରବାଟୀରେ ଦିନିକିଆ ମ୍ୟାଚ୍ ପାଇଁ ‘ମୋ ବସ୍’ର ସ୍ୱତନ୍ତ୍ର ସେବା

ଭୁବନେଶ୍ୱର:ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ । କ୍ରିକେଟ୍ ପ୍ରେମୀମାନଙ୍କ ସୁବିଧାକୁ ଆଖିରେ ରଖି କ୍ରୁଟ୍ ପକ୍ଷରୁ ସ୍ବତନ୍ତ୍ର ‘ମୋ ବସ୍’ ସେବା ଯୋଗାଇ ଦିଆଯିବ। ମାଷ୍ଟରକ୍ୟାଣ୍ଟିନ ଠାରୁ ବାରବାଟୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ । ଏବଂ ବରମୁଣ୍ତା ଠାରୁ ଷ୍ଟାଡିୟମ ପର୍ଯ୍ୟନ୍ତ ‘ମୋ ବସ୍’ ସେବା ଉପଲବ୍ଧ ହେବ । ଏହି ସ୍ୱତନ୍ତ୍ର ବସ୍ ସେବା ସକାଳ ୮ଟା ୩୦ରୁ ପୂର୍ବାହ୍ନ ୧୧ଟା ଏବଂ ଫେରିବା ଯାତ୍ରୀଙ୍କ ପାଇଁ ରାତି ୧୦ଟାରୁ ମଧ୍ୟରାତ୍ରି ଯାଏ ଉପଲବ୍ଧ ହେବ । ଏହି ସ୍ୱତନ୍ତ୍ର ବସ୍ ସେବା ପାଇଁ ଏକ ସ୍ୱତନ୍ତ୍ର ବସ୍ ଭଡ଼ା ୩୦ଟଙ୍କା ନିର୍ଦ୍ଧାରିତ ହୋଇଛି ।
ଯାତ୍ରୀମାନେ ନିଜସ୍ୱ ଗାଡ଼ି ବ୍ୟବହାର ନ କରି ଏହାଦ୍ବାରା ସୁବିଧାଜନକ ଭାବେ ସ୍ୱଳ୍ପ ଖର୍ଚ୍ଚରେ କ୍ରିକେଟ୍ ମ୍ୟାଚ୍ ଦେଖିବା ପାଇଁ ପହଞ୍ଚି ପାରିବେ । ‘ମୋ ବସ୍’ ସେବାର ବ୍ୟବହାର ଦ୍ବାରା ଯାତ୍ରୀମାନଙ୍କୁ ଟ୍ରାଫିକ ଜାମର କଷ୍ଟରୁ ମଧ୍ୟ ମୁକ୍ତି ମିଳିବ । ବରମୁଣ୍ତାରୁ ବାରବାଟୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଗଲା ବେଳେ ଏହି ବସ୍ ଜୟଦେବ ବିହାର, ନନ୍ଦନକାନନ ଓ ଜୁଡିସିଆଲ ଏକାଡେମି ପାଖରେ ରହିବ । ଫେରିବା ସମୟରେ ମଧ୍ୟ କେବଳ ନିର୍ଦ୍ଧାରିତ ସ୍ଥାନରେ ରହଣି କରିବ । ଫେରିବା ସମୟରେ ମଧ୍ୟ ଏହି ୩ଟି ନିର୍ଦ୍ଧାରିତ ସ୍ଥାନରେ ବସ୍ ରୋକାଯିବ ବୋଲି କ୍ରୁଟର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking