39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶକୋଲ୍‌କତା ବଜାରରେ ତୁର୍କୀର ପିଆଜ

କୋଲ୍‌କତା ବଜାରରେ ତୁର୍କୀର ପିଆଜ

କୋଲ୍‌କାତା: କୋଲ୍‌କତା ବଜାରରେ ଚହଳ ପକାଇଛି ତୁର୍କୀର ପିଆଜ | ତୁର୍କୀରୁ ଆମଦାନି ହୋଇଥିବା ପିଆଜ ଶୁକ୍ରବାର ସକାଳେ କୋଲ୍‌କାତା ବଜାରରେ ପହଞ୍ଚିବା ପରେ ଗ୍ରାହକମାନଙ୍କ ମଧ୍ୟରେ ଚହଳ ପଡିଥିବାର ଦେଖିବାକୁ ମିଳିଛି । ଏବେ ମିଳୁଥିବା ଛୋଟ ଛୋଟ ପିଆଜ କିଣି ବିରକ୍ତ ହୋଇଯାଇଥିବା ଗ୍ରାହକମାନେ ତୁର୍କୀର ବଡ଼ ପିଆଜ ସବୁ ଦେଖି ଖୁବ୍‌ ଖୁସି ହୋଇ ଯାଇଛନ୍ତି |
ତେବେ ଏଠାରେ ସୂଚନାଯୋଗ୍ୟ ଯେ, ତିନୋଟି ଟ୍ରକ୍‌ରେ ୭୫ରୁ ୮୦ ବସ୍ତା ତୁର୍କୀ ପିଆଜ ଗୁରୁବାର ରାତିରେ କୋଲ୍‌କାତାରେ ପହଞ୍ଚଥିଲା । ଏଗୁଡ଼ିକ ଦେଖିବାକୁ ଭାରତୀୟ ପିଆଜ ଆକୃତିର ହୋଇଥିଲେ ବି ସ୍ୱାଦ ଏତେ ରାଗୁଆ ନୁହେଁ ଓ ଏହାର ବାସ୍ନା ମଧ୍ୟ ଟିକିଏ ଭିନ୍ନ । ଗୋଟିଏ ପିଆଜର ଓଜନ ୪୦୦ ରୁ ୫୦୦ ଗ୍ରାମ୍‌ ଅଟେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking