30.1 C
Bhubaneswar
Wednesday, August 13, 2025
Homeଦେଶ ବିଦେଶ୨୦୧୯ ମିସ ୟୁନିଭର୍ସ ମୁକୁଟ ପିନ୍ଧିଲେ ଜିଜୋବିନି ଟୁଞ୍ଜି

୨୦୧୯ ମିସ ୟୁନିଭର୍ସ ମୁକୁଟ ପିନ୍ଧିଲେ ଜିଜୋବିନି ଟୁଞ୍ଜି

ନୂଆଦିଲ୍ଲୀ : ଜିଜୋବିନି ଟୁଞ୍ଜି ୨୦୧୯ ମିସ ୟୁନିଭର୍ସ ମୁକୁଟ ଜିତିଛନ୍ତି । ଜିଜୋବିନି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୯୦ଜଣ ସୁନ୍ଦରୀଙ୍କୁ ପରାସ୍ତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଦକ୍ଷିଣ ଆଫ୍ରିକାର ଏହି ସୁନ୍ଦରୀ । ଆମେରିକାର ଅଟଲାଣ୍ଟା ସହରରେ ଆୟୋଜିତ ୬୮ତମ ମିସ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ୯୦ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଜିଜୋବିନି ମିସ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି ।
୨୬ ବର୍ଷୀୟ ଜୋଜିବିନି ତୁଞ୍ଜିଙ୍କ ଘର ଦକ୍ଷିଣ ଆଫ୍ରିକାର ସୋଲୋ ଠାରେ। ଲିଙ୍ଗଭିତ୍ତିକ ହିଂସା ବିରୋଧରେ ସଂଗ୍ରାମ କରିବାରେ ସେ ଖୁବ୍‌ ସକ୍ରିୟ। ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆ ପ୍ରଦେଶର ରାଜଧାନୀ ଆଟଲଣ୍ଟା ଠାରେ ରବିବାର ରାତିରେ ୨୦୧୯ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୯୦ ଜଣ ଯୁବତୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିନୀମାନେ ସୁଇମ୍‌ସୁଟ୍‌, ଇଭିନିଙ୍ଗ୍‌ ଗାଉନ୍‌ ଏବଂ ମଞ୍ଚ-ଉପର ପ୍ରଶ୍ନ ଆଦି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking