26.1 C
Bhubaneswar
Friday, March 29, 2024
Homeଅପରାଧଯୁବତୀଙ୍କୁ ଦେଖିବା ପରେ ଯୁବକଙ୍କ ଅଙ୍ଗ ପ୍ରଦର୍ଶନ

ଯୁବତୀଙ୍କୁ ଦେଖିବା ପରେ ଯୁବକଙ୍କ ଅଙ୍ଗ ପ୍ରଦର୍ଶନ

ନୂଆଦିଲ୍ଲୀ: ଦିନକୁ ଦିନ ଲୋକଙ୍କ ମାନସିକ ଏବଂ ଚିନ୍ତା ଧାରା ବଦଳିବାରେ ଲାଗିଛି । ଯାହା ଖରାପ ଦିଗକୁ ଗତି କରୁଛି । ଏଭଳି ଲଜ୍ଜା ଜନକ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଯୁବତୀଙ୍କୁ ଦେଖିବା ପରେ ଯୁବକଙ୍କ ଘୃଣ୍ୟ ବ୍ୟବହାର ଏବଂ ଗୁପ୍ତାଙ୍ଗ ପ୍ରଦର୍ଶନ କରୁଥିବା ଜଣାପଡିଛି । ତେବେ ଏଭଳି ଲଜ୍ଜା ଜନକ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି ।
ସୂଚନା ଅୁସାରେ,ବୁଧବାର ସନ୍ଧ୍ୟା ସମୟରେ ଜଣେ ଯୁବତୀ ଦିଲ୍ଲୀ ମେଟ୍ରୋରେ ଗୁରୁଗ୍ରାମ ଠାରୁ ଦିଲ୍ଲୀ ଯାଉଥିବା ବେଳେ ଏଭଳି ଲଜ୍ଜା ଜନକ ଘଟଣାର ସମ୍ମୁଖୀନ ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଯୁବତୀ ଜଣକ ଜଣେ ଯୁବକଙ୍କ ହାବୁଡରେ ପଡିଥିଲେ । ଯେଉଁଠି ଯୁବତୀଙ୍କୁ ଦେଖିବା ପରେ ଯୁବକ ଜଣକ ତାଙ୍କ ପ୍ୟାଣ୍ଟର ଚେନ ଖୋଲି ଗୁପ୍ତାଙ୍ଗ ପ୍ରଦର୍ଶନ କରୁଥିଲେ । ଯୁବତୀଙ୍କ ଅଭିଯୋଗ ଅନୁସାରେ ସନ୍ଧ୍ୟାରେ ସେ ଯେତେବେଳେ ଘରୁ ଫେରୁଥିଲେ ଏବଂ ମେଟ୍ରୋର ୭ମ କୋଚର ଶେଷରେ ଥିବା ୨ ସିଟଯୁକ୍ତ ସିଟରେ ବସିଥିଲେ । ସମ୍ମୁଖରେ ଜଣେ ଯୁବକ ଛିଡ଼ା ହୋଇଥିଲା । ସେ ଚୁପଚାପ ତାଙ୍କ ଆଡ଼କୁ ଚାହୁଁଥିଲା । କିଛି ସମୟ ପାଇଁ ମୁହଁ ମୋଡ଼ିଥିଲା ଏବଂ ପରେ ସାମ୍ନାରେ ନିଜ ବ୍ୟାଗକୁ ରଖିଥିଲା । ଯୁବକ ପାଖାପାଖି ୧ ମିନିଟ ଯାଏଁ ଏଭଳି ଅଶ୍ଲୀଳ ବ୍ୟବହାର ପ୍ରଦର୍ଶନ କରିଥିଲା । ପ୍ରଥମେ ଯୁବତୀ ଜଣକଙ୍କୁ ଏହା ଦେଖିବା ପାଇଁ ଖରାପ ଲାଗିଥିଲା ପରେ ଏହି ଘଟଣାର ସମ୍ମୁଖୀନ ହୋଇ ସେ ନିଜ ମୋବାଇଲ ମାଧ୍ୟମରେ ଏକ ଫଟୋ ଉଠାଇଥିଲେ । ସେ ଫଟୋକୁ ଟୁଇଟରରେ ସେୟାର କରିବା ସହ ଥାନାରେ ଏତଲା ଦେଇଥିଲେ ।
ଯୁବତୀଙ୍କ କହିବାନୁସାରେ, ପୋଲିସ ପ୍ରଥମେ ମାମଲା ରୁଜୁ କରିବାକୁ ପ୍ରସ୍ତୁତ ନ ଥିଲା । ମହିଳା ହେଲ୍ପଲାଇନରେ ଫୋନ କରିବା ପରେ ପୋଲିସର ତତ୍ପରତା ଦେଖାଯାଇଥିଲା । ଏହି ଘଟଣାକୁ ନେଇ ଯୌନ ଉତ୍ପୀଡ଼ନ ମାମଲା ରୁଜୁ ହୋଇଛି । ଫଟୋକୁ ଆଧାରକରି ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତଦନ୍ତ ଚଳାଇଛି । яндекс

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking