33.1 C
Bhubaneswar
Saturday, April 27, 2024
Homeଅପରାଧ୬ବର୍ଷର ଝିଅକୁ ହତ୍ୟା ପରେ ମୃତଦେହ ସହ ଦୁଷ୍କର୍ମ

୬ବର୍ଷର ଝିଅକୁ ହତ୍ୟା ପରେ ମୃତଦେହ ସହ ଦୁଷ୍କର୍ମ

ହରିଦ୍ବାର: ଉତ୍ତରାଖଣ୍ଡର ହରିଦ୍ବାରରେ ଦେଖିବାକୁ ମିଳିଛି ଏକ ଲୋମହର୍ଷଣକାରୀ ଅପରାଧ ମାମଲା। ପୋଲିସର ସୂଚନା ଅନୁସାରେ ଏକ କୁକୁଡା ଫାର୍ମର ଜଣେ ସିକ୍ୟୁରିଟି ଗାର୍ଡ ୬ ବର୍ଷର ଝିଅକୁ ହତ୍ୟା କରିବା ପରେ ଝିଅଟିର ମୃତଦେହ ସହିତ ଦୁଷ୍କର୍ମ କରିଛି। ଗତ ଶୁକ୍ରବାର ଝିଅଟି ନିଜର ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା।ଘର ଲୋକ ଝିଅର ନିଖୋଜ ଅଭିଯୋଗ ପୋଲିସ ଷ୍ଟେସନରେ ଦେଇଥିଲେ। ଏହାପରେ ପୋଲିସ ସନ୍ଧାନ କରିବା ବେଳେ ଆଖପାଖର ଲୋକ କହିଥିଲେ ଝିଅଟକୁ ଶେଷ ଥର ପାଇଁ ସିକ୍ୟୁରିଟି ଗାର୍ଡ ସୋନୁ ଓରଫ ସାନି ସହ ଦେଖିବାକୁ ମିଳିଥିଲା।

ଜଙ୍ଗଲରୁ ନାବାଳିକାର ମୃତଦେହ ମିଳିବା ପରେ ସୋନୁକୁ ପୋଲିସ ପଚରାଉଚରା କରିଥିଲା। ଶେଷରେ ସିକ୍ୟୁରିଟି ଗାର୍ଡ ସୋନୁ ନିଜର ଅପରାଧ ସ୍ବୀକାର କରିଥିଲା। ପୋଲିସ ଆଗରେ ସେ କହିଥିଲା ଝିଅଟିକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଜଙ୍ଗଲ ଭିତରକୁ ଡାକିକି ନେଇଥିଲା। ସେଠାରେ ଝିଅଟି ପାଟି କରିବାରୁ ସେ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ଝିଅଟିର ମୃତଦେହ ସହିତ ଦୁଷ୍କର୍ମ କରିଥଲା। ଏହି ସମୟରେ ଝିଅଟିର ବାପା-ମା ବିଲରେ କାମ କରୁଥିଲେ। ସବୁଠାରୁ ବହ କଥା ହେଉଛି ସେମାନେ ଯେଉଁଠି କାମ କରୁଥିଲେ ତା ଠାରୁ ମାତ୍ର ୬୦୦ ମିଟର ଦୂରରେ ସୋନୁ ଏହି ଅପରାଧ କରିଥିଲା। କିନ୍ତୁ ଝିଅଟିର ବାପା-ମା ତାକୁ ବଞ୍ଚାଇ ପାରିଲେନି। ଗିରଫ ହେବାପରେ ଏବେ ସୋନୁକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜକୁ ପଠାଇ ଦିଆଯାଇଛି। ତା ବିରୋଧରେ ଅପହରଣ, ହତ୍ୟା, ଦୁଷ୍କର୍ମ ଆଦି ଧାରା ଲଗାଇ ହତ୍ୟାମାମଲା ରୁଜୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking