27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପୃଥିବୀ ଶେଷ ହେବାର ସମୟ କହୁଛି ଏହି ମନ୍ଦିର

ପୃଥିବୀ ଶେଷ ହେବାର ସମୟ କହୁଛି ଏହି ମନ୍ଦିର

ନୂଆଦିଲ୍ଲୀ: ଆଜି ବି ଅନେକ ରହସ୍ୟ ରହିଛିି, ଯାହା ପଛର କାରଣ ବୈଜ୍ଞାନିକମାନେ ବି ଖୋଜି ପାଇପାରିନାହାନ୍ତି । ତେଣିକି ତାହା ପ୍ରତିବର୍ଷ ଅମରନାଥ ଗୁମ୍ଫାରେ ତିଆରି ହୋଇଥିବା ବରଫ ଶିବଲିଙ୍ଗ ହେଉ ବା ଭପ୍ରର ଏକ ମନ୍ଦିରରେ ଦିନକୁ ଦିନ ବଢ଼ୁଥିବା ଶିବଲିଙ୍ଗ ହେଉ । ତେବେ କଥାଟି ଶୁଣିଲେ ବିଶ୍ୱାସ ନଲାଗିଲେ ବି ସତ । ଭପ୍ରର ଖଜୁରାହୋରେ ଅବସ୍ଥିତ ମତଙ୍ଗେଶ୍ୱର ମନ୍ଦିରର ଶିବଲିଙ୍ଗ ଏପରି ଏକ ଶିବଲିଙ୍ଗ, ଯାହାକି ଲଗାତାର ଭାବେ ବଡ଼ ହେବାରେ ଲାଗିଛି ।

ଏହି ଶିବଲିଙ୍ଗକୁ ଏକମାତ୍ର ‘ଜୀବନ୍ତ ଶିବଲିଙ୍ଗ’ କୁହାଯାଏ, କାରଣ ଏହା ଲଗାତାର ଭାବରେ ବଡ ହେବାରେ ଲାଗିଛି । ଏହାର ଉଚ୍ଚତା ୯ ଫୁଟରୁ ଅଧିକ ହୋଇଛି । ଏହି ଶିବଲିଙ୍ଗ ପ୍ରତିବର୍ଷ ପ୍ରାୟ ୧ ଇଞ୍ଚ ବଡ ହେଉଛି । ଖାସ୍ କଥା ହେଉଛି କି, ଏହି ଶିବଲିଙ୍ଗ ପୃଥିବୀ ଉପରେ ଯେତିକି ଦୃଶ୍ୟମାନ ହେଉଛି, ସେତିକି ପୃଥିବୀ ଭିତରେ ମଧ୍ୟ ରହିଛି । ସ୍ଥାନୀୟରେ ବିଶ୍ୱାସ ଅଛି ଯେ ଯେଉଁ ଦିନ ପୃଥିବୀ ଭିତରେ ଶିବଲିଙ୍ଗ ପାତାଳ ଲୋକରେ ପହଞ୍ଚିବ, ସେହି ଦିନ ପୃଥିବୀ ଶେଷ ହେବ ।

ବଦଳିବା ସମୟ ସହିତ ଶିବଲିଙ୍ଗ ବଡ଼ ହେବା ପଛର କାରଣ ଏକ ପୌରାଣିକ କଥାରେ କୁହାଯାଇଛି । ତାହା ଅନୁସାରେ, ଭଗବାନ ଶିବ ପାଣ୍ଡବଙ୍କ ବଡ଼ ଭାଇ ଯୁଧିଷ୍ଠିରଙ୍କୁ ଏକ ଚମତ୍କାର ମଣି ଦେଇଥିଲେ । ଯୁଧିଷ୍ଠିର ଏହି ମଣିକୁ ମତଙ୍ଗ ଋଷିଙ୍କୁ ଦେଇଥିଲେ । ପରେ ସେହି ମଣି ରାଜା ହର୍ଷବର୍ଦ୍ଧନଙ୍କୁ ମିଳିଥିଲା ଓ ସେ ଏହାକୁ ଭୂମିରେ ପୋତି ଦେଇଥିଲେ । କୁହାଯାଏ ଯେ ସେହି ମଣିରୁ ହିଁ ଜୀବନ୍ତ ଶିବଲିଙ୍ଗ ହୋଇଛି । ମତଙ୍ଗ ଋଷିଙ୍କ ନାମକୁ ନେଇ ଏହାକୁ ମତଙ୍ଗେଶ୍ୱର ଶିବଲିଙ୍ଗ କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking