27.1 C
Bhubaneswar
Saturday, July 27, 2024
Homeଅପରାଧନାବାଳିକା ଅସଦାଚରଣ ମାମଲା :ଆସାମୀକୁ ୩ ବର୍ଷ ଜେଲ୍‌

ନାବାଳିକା ଅସଦାଚରଣ ମାମଲା :ଆସାମୀକୁ ୩ ବର୍ଷ ଜେଲ୍‌

କଟକ: ଜଣେ ନାବାଳିକା ଅସଦାଚରଣ ମାମଲାରେ କଟକର ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଆସାମୀ ବାଙ୍କୀ ଗୋପାଳପୁର ଅଞ୍ଚଳର ସାଗର ଭୋଇ (୨୨)କୁ ୩ ବର୍ଷ ଜେଲ୍‌ଦଣ୍ଡ ପ୍ରଦାନ କରିଛନ୍ତି । ଏଥିସହିତ କୋର୍ଟ ଆସାମୀକୁ ୫ ହଜାରେ ଟଙ୍କାର ଜୋରିମାନା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ଜୋରିମାନା ନ ଦେଇ ପାରିଲେ ଆସାମୀକୁ ଅଧିକ ୬ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଏଥିସହିତ ପୀଡିତାକୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୦୨୧ ମସିହା ସେପ୍ଟେମ୍ବର ୮ ତାରିଖରେ ଆସାମୀ ଜଣକ ଜଣେ ବାଙ୍କୀର ଗୋପାଳପୁର ଅଂଚଳରେ ଜଣେ ନାବାଳିକାକୁ ଅସଦାଚରଣ କରିଥିବା ନେଇ ବାଙ୍କୀ ଥାନାରେ ଅଭିଯୋଗ ହୋଇଥିଲା ।

ଏତଲା ରୁଜୁ ପରେ ପୁଲିସ୍ ୨୦୨୧ ମସିହା ସେପ୍ଟେମ୍ବର ୯ ତାରିଖରେ ପୁଲିସ୍ ସାଗର ଭୋଇକୁ ଗିରଫ କରିଥିଲା । ୨୦୨୧ ମସିହା ନଭେମ୍ବର୧ ତାରିଖରେ ପୁଲିସ୍ ଆସାମୀ ବିରୋଧରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । ୨୦୨୨ ମସିହା ଏପ୍ରିଲ୍ ୨ ତାରିଖରେ ଆସାମୀ ବିରୋଧରେ କୋର୍ଟ ଚାର୍ଜଫ୍ରେମ୍ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟରେ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର୍ ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking