29.1 C
Bhubaneswar
Saturday, July 27, 2024
Homeଓଡିଶାକପି କରି ଧରାପଡ଼ିଲେ ୨୨ ପରୀକ୍ଷାର୍ଥୀ

କପି କରି ଧରାପଡ଼ିଲେ ୨୨ ପରୀକ୍ଷାର୍ଥୀ

ବ୍ରହ୍ମପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବାର୍ଷିକ ପରୀକ୍ଷାର ଷଷ୍ଠ ଦିବସ । ଆଜି କଳାସ୍ରୋତର ଇତିହାସ, ବିଜ୍ଞାନ ସ୍ରୋତର ଭୂତତ୍ତ୍ୱ, ବାଣିଜ୍ୟ ସ୍ରୋତର ବି.ଏସ୍‌.ଏମ୍‌. ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତର ଗଣିତ ପରୀକ୍ଷା ଦକ୍ଷିଣାଞ୍ଚଳ ଅଧୀନସ୍ଥ ୮ଟି ଜିଲ୍ଲାର ୨୦୫ଟି ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଯାଇଛି । ଆଜି କଳା ସ୍ରୋତର ଇତିହାସ ପରୀକ୍ଷାରେ ୨୨ ଜଣ ପରୀକ୍ଷାର୍ଥୀ କପି ଅଭିଯୋଗରେ ବ୍ରହ୍ମପୁର ଜୋନାଲ୍ ସ୍କ୍ୱାଡ୍ ସଦସ୍ୟଙ୍କ ହାତରେ ଧରା ପଡ଼ିଥିବା ଜଣାପଡ଼ିଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨ ଜଣ, ଆଠଗଡ଼ପାଟଣା ସ୍ଥିତ ନାରାୟଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨ ଜଣ, ଭାଟକୁମରଡ଼ା ସ୍ଥିତ ବାସୁଦେବ ସେଠୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୬ ଜଣ, ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୩ ଜଣ, ନବରଙ୍ଗପୁର ଜିଲ୍ଲା ମଇଦଲପୁର ସ୍ଥିତ ମଇଦଲପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨ ଜଣ ଓ ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୭ ଜଣ ପରୀକ୍ଷାର୍ଥୀ ଆଜି ଇତିହାସ ବିଷୟରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking