ଭୁବନେଶ୍ୱର: ଯୁବତୀଙ୍କ ଆପତ୍ତିଜନକ ଭିଡ଼ିଓ ଭାଇରାଲ କରିଦେବେ କହି କରୁଥିଲେ ବ୍ଲାକମେଲ୍ । ଯୁବତୀ ଜଣଙ୍କ ଗୁରୁବାର ମହିଳା ଥାନାରେ ଅଭିଯୋଗ କହିବା ପରେ ଆଜି ବ୍ଲାକମେଲରଙ୍କୁ ଗିରଫ କରିଛି ପୁଲିସ । ଗିରଫ ବ୍ୟକ୍ତି ଜଣଙ୍କ ହେଲା ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ପଟିପୁର ଗ୍ରାମର ସୌମ୍ୟ ରଞ୍ଜନ ମିଶ୍ର । ସୂଚନାଯୋଗ୍ୟ ଯେ, ପୀଡିତାଙ୍କର ବାପା ପୀଡିତାଙ୍କ ବିବାହ ପାଇଁ ମାଟ୍ରିମୋନିଆଲ ସାଡିରେ ଗୋଟିଏ ପ୍ରୋଫାଇଲ୍ ଖୋଲିଥିଲେ । ଯେଉଁଠାରେ ସେ ସୌମ୍ୟଙ୍କର ପ୍ରୋଫାଇଲ୍ ପାଇଥିଲେ । ଏହା ପରେ ସେ ଗିରଫ ସୌମ୍ୟଙ୍କୁ ଯୋଗାଯୋଗ କରିବାରୁ ସେ ନିଜକୁ ମୁମ୍ବାଇରେ କାର୍ଯ୍ୟ କରୁଥିବା ଜଣେ ନାଭାଲ ଅଫିସର ପରିଚୟ ଦେଇ ପୀଡିତାଙ୍କ ସହ କଥାବାର୍ତ୍ତା ହୋଇଥିଲେ ।
ସୌମ୍ୟ ପୀଡିତା ଓ ତାଙ୍କର ପରିବାର ସଦସ୍ୟଙ୍କ ସହିତ ଅତି ଚତୁରତାର ସହ କଥା ହୋଇ ସମ୍ପର୍କ ବଢାଇଥିଲେ । ପରେ ଧିରେ ଧିରେ ଉଭୟ ମିଶିବାରେ ଲାଗିଥିଲେ ଏବଂ ଉକ୍ତ ଯୁବତୀଙ୍କ ସହ କଟାଇ ଥିବା ଅନ୍ତରଙ୍ଗ ସମ୍ପର୍କକୁ ତାଙ୍କ ମୋବାଇଲରେ ରେକର୍ଡ କରିଥିଲେ ସୌମ୍ୟ । ତାପରେ ତାଙ୍କୁ ବିଭିନ୍ନ ସମୟରେ ବ୍ଲାକମେଲ କରିବାରେ ଲଗିଲେ । ଏହା ପରେ ସୌମ୍ୟ ଜଣେ ଠକ ଓ ପ୍ରତାରକ ବୋଲି ଜାଣି ପୀଡିତା ଏବଂ ତାଙ୍କ ପରିବାର ସଦସ୍ୟ ଉକ୍ତ ପ୍ରସ୍ତାବକୁ ଭାଙ୍ଗି ଦେଇଥିଲେ । ଏହା ପରେ ସୌମ୍ୟ ପୀଡିତାଙ୍କୁୁ ବ୍ଲାକମେଲ କରିବାରେ ଲାଗି ପଡ଼ିଲେ ।
ପୀଡ଼ିତା ଭୟରେ ତାଙ୍କୁ ୫୦ହଜାର ଟଙ୍କା ଦେବା ପରେ ମଧ୍ୟ ସୌମ୍ୟ ପୀଡିତାଙ୍କ ବାହାଘର ଭାଙ୍ଗିବା ପାଇଁ ତାଙ୍କ ଘରକୁ ଆସିଥିଲେ । ତାଙ୍କ ପରିବାର ଲୋକ ନଶୁôଣିବାରୁ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ତାଙ୍କର ଓ ପୀଡ଼ିତାଙ୍କର ଆପତ୍ତିଜନକ ଫଟୋ, ଭିଡିଓ, ଅପମାନଜନକ ବାର୍ତ୍ତାକୁ ପୀଡ଼ିତାଙ୍କ ଅନ୍ୟତ୍ର ବିବାହ ପ୍ରସ୍ତାବ ସ୍ଥିର ହୋଇଥିବା ବ୍ୟକ୍ତିଙ୍କୁ ପଠାଇଦେଇଥିଲେ । ଯାହା ଫଳରେ ସେଠାରେ ମଧ୍ୟ ବିବାଦ ଦେଖା ଦେଇଥିଲା । ଏନେଇ ଯୁବତୀ ଜଣଙ୍କ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ସୌମ୍ୟକୁ ଗିରଫ କରିଥିଲେ । ଏବଂ ତାଙ୍କ ହେପାଜତରୁ ଏହି ଗୋଟିଏ ଭରର୍ଣ୍ଣା କାର, ଲ୍ୟାପଟପ ଏବଂ ଗୋଟିଏ ଫୋନ ଜବତ କରିଛି । ପଚାରାଉଚରା ବେଳେ ସେ ସବୁ ଶତ ଶତ ମାନି ଯାଇଥିଲେ ଯାହା ଫଳରେ ପୁଲିସ ଆଜି ସୌମ୍ୟଙ୍କୁ କୋର୍ଟ ଚାଲାଣ କରିଛି ।