38.8 C
Bhubaneswar
Thursday, April 23, 2026
Homeଦେଶ ବିଦେଶମିର୍ଜାପୁର ସଡ଼କ ଦୁର୍ଘଟଣା: ୧୧ ମୃତ

ମିର୍ଜାପୁର ସଡ଼କ ଦୁର୍ଘଟଣା: ୧୧ ମୃତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୀର୍ଜାପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ୪ ଶିଶୁଙ୍କ ସମେତ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ବ୍ରେକ୍ ଫେଲ୍ ହେବାରୁ ଏକାଧିକ ଗାଡି ଉପରେ ଟ୍ରକ୍ ମାଡିଯାଇଛି ।  ଯାହା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।ମିର୍ଜାପୁର-ରେୱା ଜାତୀୟ ରାଜପଥରେ ହୋଇଥିବା ଦୁର୍ଘଟଣା ୧୧ ଜଣଙ୍କ ଜୀବନ ନେଇଛି । ରିପୋର୍ଟ ଅନୁଯାୟୀ, ବୋଲେରୋ ଗାଡ଼ି ରାସ୍ତାରୁ ତଳକୁ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ ବ୍ରେକ୍ ଫେଲ୍ ହୋଇ ଧକ୍କା ଦେଇଥିଲା। ନିୟନ୍ତ୍ରିଣ ହରାଇ ଟ୍ରକ୍ ବୋଲେରୋକୁ ଧକ୍କା ଦେବା ଫଳରେ ଏହା ଆଗରେ ଥିବା ପଥର ବୋଝେଇ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବୋଲେରୋଟିରେ ତୁରନ୍ତ ନିଆଁ ଲାଗିଯାଇଥିଲା । ସେଥିରେ ଥିବା ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୪ ଜଣ ଶିଶୁ ଥିବା ଜଣାପଡିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଧକ୍କା ପରେ ପ୍ରବଳ ନିଆଁ ଯୋଗୁଁ ବୋଲେରୋରେ ଥିବା ଲୋକମାନେ ବାହାରି ପାରିଲେ ନାହିଁ। ମୃତାହତଙ୍କ ସମ୍ପୂର୍ଣ୍ଣ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଗ୍ନିକାଣ୍ଡ ଯୋଗୁଁ ବୋଲେରୋ ଭିତରେ ଥିବା ସମସ୍ତ ଯାତ୍ରୀ ଫସି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ, କିନ୍ତୁ ନିଆଁର ତୀବ୍ରତା ଯୋଗୁଁ କାହାକୁ ବଞ୍ଚାଇ ପାରି ନଥିଲେ । ଏହାପରେ ରାଜପଥରେ ଚିତ୍କାର, କାନ୍ଦ ବୋବାଳିରେ ଫାଟି ପଡୁଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି ଏବଂ ମୃତକଙ୍କ ଚିହ୍ନଟ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking