27.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆପଣଙ୍କ ପ୍ରଗତିରେ କେହି ପ୍ରତିରୋଧ କରିପାରନ୍ତି । ମନକୁ ଶାନ୍ତି ରଖି ସଫଳତା ପାଇଁ ଭାବଚିନ୍ତି କାମ କରନ୍ତୁ । ପରିବାରରେ ଅଭାବ ଅନାଟନ ଦେଖାଦେବ । ମହିଳା ମାନେ ନିଆଁ ଓ ଗ୍ୟାସ ପ୍ରତି ଜଗି ରହି କାମ କରନ୍ତୁ ।
ବୃଷ : ଆଜି ବେପାର ବୃତ୍ତିରେ ପ୍ରଗତି କରିବେ । ସମାଜରେ ସମ୍ମାନ ପାଇବେ । ଜୀବନ ସାଥୀ ଆପଣଙ୍କୁ ଉତ୍ସାହିତ କରିବେ । ନିଜର ପୋଷାକ ପ୍ରତି ବିଶେଷ ଧ୍ୟାନ ଦେବେ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଖୁବ ଭଲ କରିବେ ।
ମିଥୁନ : ବ୍ୟବସାୟରେ ଉନ୍ନତି ହେବ । ସଫଳତା ଓ ଲାଭ ପାଇବେ । କାହାରିକୁ ସମାଲେଚନା କରନ୍ତୁ ନାହିଁ । ଶରୀର ଅସୁସ୍ଥ ହୋଇପାରେ । ରାଜନୀତିରେ ଉଚ୍ଚ ପଦକୁ ମନୋନୀତ ହୋଇପାରନ୍ତି । ମହିଳା ମାନେ ଗୃହ କାର୍ଯ୍ୟ କରିପାରନ୍ତି ।
କର୍କଟ : ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ । ବେପାର ବୃତ୍ତିରେ ସୁଖୀ ରହିବେ । କେହି ଆପଣଙ୍କ ଠାରୁ କିଛି ପାଇବା ଆଶାରେ ଆସିବେ। ହେଲେ ସେ କହିବା ପୂର୍ବରୁ ଆପଣ ତାଙ୍କ ମନ କଥା ବୁଝି ପାରିବେ ।
ସିଂହ : ପରିବାର ସଦସ୍ୟଙ୍କ ସହ ଅଧିକ ସମୟ ବିତାଇବେ । ନୂଆ ଘର ତିଆରି ପାଇଁ ଯୋଜନା କରିବେ । ଖାଦ୍ୟପେୟ ପ୍ରତି ସଜାଗ ରୁହନ୍ତୁ । ପୁତ୍ରମାନେ ଅଧ୍ୟୟନରେ ଅଧିକ ମନ ନିବେଶ କରିବେ ।
କନ୍ୟା : ବ୍ୟବସାୟରେ ପ୍ରସାର ଲାଭ କରିବେ । ପଡୋଶୀଙ୍କ ସହିତ ସମ୍ପର୍କ ମଧୁର ହେବ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଖୁବ ଭଲ କରିବେ । ପ୍ରେମ ସମ୍ପର୍କରେ ମଧୁରତା ବଢିବ ।
ତୁଳା : ଅଫିସରେ ଅଧିକ ଦାୟିତ୍ୱ ତୁଲାଇବେ । ସହକର୍ମୀଙ୍କ ସହିତ ଭଲ ବ୍ୟବହାର କଲେ ତାଙ୍କର ସହଯୋଗ ପାଇବେ । ସ୍ତ୍ରୀଙ୍କ ସହିତ ସହରକୁ ଗୃହପକରଣ କିଣିବାକୁ ଯାଇପାରନ୍ତି । ବନ୍ଧୁ ମାନଙ୍କ ସହିତ ରାତ୍ରି ଭୋଜନରେ ମଉଜ ମସ୍ତି କରିବେ ।
ବିଛା : ଶରୀର ସୁସ୍ଥ ଓ ମନରେ ଉତ୍ସାହ ରହିବ । ଆୟ ବୃଦ୍ଧିର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ସମ୍ମାନ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ଜୀବନ ସାଥୀକୁ କୌଣସି ବସ୍ତୁ ଉପହାର ଦେବେ ।
ଧନୁ : ଚାକିରୀରେ କିଛି ପରିବର୍ତ୍ତନ ହୋଇପାରେ । କତ୍ତୃପକ୍ଷଙ୍କ ଠାରୁ କଡାକଥା ଶୁଣିବେ । ଆପଣଙ୍କର ମାନସିକ ଅଶାନ୍ତି ବଢିବ । ବାହାର କାମରେ ଯିବାବେଳେ ସାବଧାନତାର ସହ ଗାଡି ଚଳାନ୍ତୁ ।
ମକର : ପିତାମାତାଙ୍କ ଆଶୀର୍ବାଦ ନେଇ କାମରେ ଯାଆନ୍ତୁ । ଆପଣଙ୍କର ମନସ୍କାମନା ପୂରଣ ହେବ । ବିରୋଧୀ ଆପଣଙ୍କର ଆଖିରେ ଆଖି ମିଶାଇ କଥା କହିପାରିବେ ନାହିଁ ।
କୁମ୍ଭ : ବ୍ୟବସାୟରୁ ଅର୍ଥଲାଭ ପାଇବେ । ଶୁଭ ଖବର ପାଇ ଖୁସି ରହିବେ । ମସ୍ତିଷ୍କରେ ନୂଆ ନୂଆ ଚିନ୍ତା ଘୂରି ବୁଲିବ । ପାରିବାରିକ ଜୀବନ ସୁଖମୟ ହେବ । ଘରକୁ ଅତିଥି ଆସିବେ । ନେତାମନ୍ତ୍ରୀଙ୍କ ମାଧ୍ୟମରେ ଲାଭ ପାଇବେ ।
ମୀନ : ପୂଜାପାଠରେ ମନକୁ ଶାନ୍ତି ମିଳିବ । ଅର୍ଥ ବଳ ବଢିବ । ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢିବ । ବ୍ୟବସାୟରେ ସୁଧାର ଆଣିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନୂଆ ଚାକିରୀର ସୁଯୋଗ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking