32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ମରିୟମ ନୱାଜ

ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ମରିୟମ ନୱାଜ

ବ୍ୟୁରୋ : ପାକିସ୍ତାନରେ ବଡ ପରିବର୍ତ୍ତନ ଘଟିବାକୁ ଯାଉଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ପାକିସ୍ତାନ ମୁସଲିମ ଲିଗ ନୱାଜ(ପିଏମଏଲ-ଏନ)ର ବରିଷ୍ଠ ଉପ ସଭାପତି ୫୦ ବର୍ଷୀୟ ମରିୟମ ମୁଖ୍ୟମନ୍ତ୍ରୀ ପାଇଁ ହୋଇଥିବା ନିର୍ବାଚନରେ ବାଜିମାତ କରିଛନ୍ତି। ମତଦାନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ସମର୍ଥନ କରୁଥିବା ସୁନ୍ନି ଇଟ୍ଟେହାଦ କାଉନସିଲ(ଏସ୍‌ଆଇସି)ର ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ। ଏହାପରେ ମାରିୟମ ପିଟିଆଇ ସମର୍ଥିତ ଏସ୍‌ଆଇସି ପ୍ରାର୍ଥୀ ରାଣା ଅଫତାବକୁ ହରାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଞ୍ଜାବ ବିଧାନସଭାକୁ ଯିବା ପୂର୍ବରୁ ମରିୟମ ଜାତି ଉମ୍ରାରେ ଥିବା ମା’ଙ୍କ କବରକୁ ଯାଇଥିଲେ।ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ସେ ବିଧାନସଭାରେ ପ୍ରବେଶ କରିଥିଲେ। ସେହିପରି ନିର୍ବାଚନ ପୂର୍ବରୁ ମରିୟମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଏକ୍ସ ଯୋଗେ ପୋଷ୍ଟ କରି ଦମ୍ଭୋକ୍ତି ଦେଖାଇଥିଲେ। ସତକୁ ସତ ସେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking