28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମିଶନ ଗଗନଯାନ ପାଇଁ ୪ ମହାକାଶଚାରୀଙ୍କ ନାମ ଘୋଷଣା

ମିଶନ ଗଗନଯାନ ପାଇଁ ୪ ମହାକାଶଚାରୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ଚନ୍ଦ୍ର ଏବଂ ସୂର୍ୟ୍ୟ ପରେ ଭାରତ ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ। ବାସ୍ତବରେ, ଭାରତୀୟ ସ୍ପେସ ଏଜେନ୍ସି ଇସ୍ରୋ ଏହାର ଗଗନଯାନ ମିଶନ ଉପରେ କାମ କରୁଛି। ଚନ୍ଦ୍ରୟାନ ଏବଂ ଆଦିତ୍ୟ ଏଲ୍‌-୧ର ସଫଳତା ପରେ ଏହି ମିଶନ ଇକେସ୍ରାକୁ ଆହୁରି ଅଧିକ ଉଚ୍ଚତାକୁ ନେଇଯିବ। ଗଗନଯାନ ଭାରତର ପ୍ରଥମ ମାନବ ମିଶନ ହେବ । ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନ ଆରମ୍ଭ ହେବାକୁ ଯାଉଛି। ୨୦୧୮ରେ ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନ ଘୋଷଣା କରିଥିଲେ, ସେବେଠାରୁ ସମ୍ଭାବ୍ୟ ମହାକାଶଚାରୀଙ୍କ ନାମକୁ ନେଇ ସସ୍‌ପେନ୍ସ ରହିଥିଲା। ବର୍ତ୍ତମାନ ମନୋନୀତ ହୋଇଥିବା ଚାରିଜଣ ମହାକାଶଚାରୀ ସମସ୍ତେ ୱିଙ୍ଗ କମାଣ୍ଡର କିମ୍ବା ଗ୍ରୁପ କ୍ୟାପଟେନ । ସେମାନଙ୍କର ନାମ ହେଉଛି- ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କୃଷ୍ଣନ ଏବଂ ଶୁଭ୍ରାଂସୁ ଗୁପ୍ତା। ଏହି ଚାରି ଜଶ ବେଙ୍ଗାଲୁରୁର ମହାକାଶଚାରୀ ପ୍ରଶିକ୍ଷଣ ସୁବିଧାରେ ତାଲିମ ନେଉଛନ୍ତି। ଏହି ୪ ଜଣ ରୁଷିଆରେ ଗୋଟିଏ ବର୍ଷ ପ୍ରଶିକ୍ଷଣ ନେଇ ଭାରତ ଫେରିଛନ୍ତି। ମିଶନର ପ୍ରଥମ ପର୍ୟ୍ୟାୟରେ ଏମାନଙ୍କୁ ମହାକାଶକୁ ପଠାଯିବ ନାହିଁ। ପ୍ରାରମ୍ଭିକ ପର୍ୟ୍ୟାୟରେ କେବଳ ଏକ ରୋବଟ ‘ବ୍ୟୋମମିତ୍ର’କୁ ଗଗନଯାନରେ ମହାକାଶକୁ ପଠାଯିବ। ଯଦି ପରୀକ୍ଷଣ ସଫଳ ହୁଏ , ତେବେ ମନୋନୀତ ହୋଇଥିବା ୪ ଜଣ ମହାକାଶଚାରୀଙ୍କୁ ଗଗନଯାନରେ ପଠାଯିବ। ୨୦୨୫ ସୁଦ୍ଧା ଗଗନଯାନରେ ମାନବ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking