35.1 C
Bhubaneswar
Sunday, May 19, 2024
Homeଓଡିଶାମାହାଙ୍ଗା ଡବଲ ମର୍ଡର ମାମଲା: ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ ନିର୍ଦ୍ଦେଶ

ମାହାଙ୍ଗା ଡବଲ ମର୍ଡର ମାମଲା: ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ନେଇ ସାନି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ମାହାଙ୍ଗା ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରୋଟେଷ୍ଟ ପିଟିସନ ଆଧାରରେ ନିର୍ଦ୍ଦେଶ ଦେଇଛନ୍ତି ଜେଏମଏଫସି କୋର୍ଟ । ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ପ୍ରୋଟେଷ୍ଟ ପିଟିସନ କରିଥିଲେ । ଚାର୍ଜସିଟରେ ମନ୍ତ୍ରୀଙ୍କ ନାଁ ନଥିବାରୁ କୋର୍ଟରେ ପିଟିସନ କରିଥିଲେ । ମନ୍ତ୍ରୀଙ୍କ ନାଁକୁ ବାଦ୍ ଦେଇ ଚାର୍ଜସିଟ ଦାଖଲ କରିଥିଲା ପୋଲିସ । ଚଳିତବର୍ଷ ଜାନୁଆରୀ ୨ ତାରିଖରେ ମାହାଙ୍ଗାର ବିଜେପି ନେତା କୂଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ୮ଜଣଙ୍କୁ ଗିରଫ କରିଛି । ୨ ଜଣ ଆତ୍ମସମର୍ପଣ କରିଛନ୍ତି । ବାକି ୨ରୁ ୩ଜଣଙ୍କୁ ଏବେ ବି ଖୋଜୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking