28.1 C
Bhubaneswar
Thursday, March 28, 2024
Homeଓଲିଉଡପିପିଲି ଉପନିର୍ବାଚନ ପାଇଁ ମତାମତ ଲୋଡିଲେ ନିର୍ବାଚନ କମିଶନ

ପିପିଲି ଉପନିର୍ବାଚନ ପାଇଁ ମତାମତ ଲୋଡିଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ଖୁବଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ । କରୋନା ମହାମାରୀ ଭିତରେ କିଭଳି ନିର୍ବାଚନ କରାଯିବ, ସେନେଇ ସମସ୍ତ ରାଜନୈତିକ ଦଳଗୁଡିକର ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ। ଅଗଷ୍ଟ ୩୦ ସୁଦ୍ଧା ମତାମତ ଦେବା ପାଇଁ କୁହାଯାଇଛି। ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଅନେକ ରାଜ୍ୟରେ ଉପନିର୍ବାଚନ ହେବାର ଅଛି। ତେଣୁ ନିର୍ବାଚନ କିପରି କରାଯିବ, ପ୍ରଚାର କିପରି କରାଯିବ, ଏନେଇ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ନିର୍ବାଚନ କମିଶନ।

ପିପିଲି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ ମହାରଥିଙ୍କ ଦେହାନ୍ତ ପରେ ଆସନ ଖାଲି ପଡିଥିଲା। ପରବର୍ତ୍ତୀ ସମୟରେ ଉପ ନିର୍ବାଚନ ହେବା ନେଇ ତାରିଖ ଘୋଷଣା, ପ୍ରାର୍ଥୀ ଘୋଷଣା ହେଇ ପ୍ରଚାର, ପ୍ରସାର ମଧ୍ୟ ଜୋରସୋର କରାଯାଇଥିଲା କିନ୍ତୁ ପ୍ରଚାରର ଅନ୍ତିମ ଦିନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଘଟିଥିଲା। ଫଳରେ ନିର୍ବାଚନ ହେବା ନେଇ ସାନି ତାରିଖ ଘୋଷଣା କରିଥିଲେ କମିଶନ।

ପରେ କୋଭିଡର ଦ୍ୱିତୀୟ ଲହର କାରଣରୁ ରାଜ୍ୟ ସରକାର ତାଲାବନ୍ଦ ଘୋଷଣା କରିଥିଲେ । ଫଳରେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା। କୋଭିଡ ସଂକ୍ରମଣ ହାର କମିବା ପରେ ନିର୍ବାଚନ ହେବା ନେଇ ଆଶଙ୍କା କରାଯାଉଥିବା ବେଳେ ବର୍ତ୍ତମାନ ନିର୍ବାଚନ କମିଶନଙ୍କ ନୋଟିସ, ଖୁବଶୀଘ୍ର ନିର୍ବାଚନ ହେବା ନେଇ ଆସା ପ୍ରକଟ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking