28.3 C
Bhubaneswar
Monday, June 22, 2026
Homeଓଡିଶାକୋମନା ବ୍ଲକ କୁରେଶ୍ୱର୍ ପଞ୍ଚାୟତ ରେ ବିଜେପି ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳାନନ୍ଦ...

କୋମନା ବ୍ଲକ କୁରେଶ୍ୱର୍ ପଞ୍ଚାୟତ ରେ ବିଜେପି ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ନୂଆପଡା /ଭୁବନେଶ୍ୱର: ନୂଆପଡା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ନିର୍ବାଚନୀ ପ୍ରଚାର ଜୋରସୋର ରେ ଚାଲିଛି । ଅନେକ ନେତା ମନ୍ତ୍ରୀ ସାଂସଦ ବିଧାୟକ ନୂଆପଡ଼ା ରେ ଡେରା ପକାଇଛନ୍ତି । ପ୍ରତ୍ୟହ ସକାଳୁ ରାତି ଯାଏଁ ଭିନ୍ନ ଭିନ୍ନ ଯାଗାରେ ବିବିଧ ଢଙ୍ଗ ରେ ହେଉଛି ନିର୍ବାଚନୀ ପ୍ରଚାର ର କାର୍ଯକ୍ରମ । ବିଭିନ୍ନ ସ୍ଥାନରେ ବିଜେପି ର ଅସ୍ଥାୟୀ ଦଳୀୟ କାର୍ଯ୍ୟାଳୟମାନ ମଧ୍ୟ ଖୋଲାଯାଉଛି ।ଏହି ମର୍ମ ରେ ଆଜି  କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର୍ ପଞ୍ଚାୟତ ରେ ବିଜେପି ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି । ଓଡ଼ିଶା ସରକାର ଙ୍କ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଲା ନନ୍ଦ ମଲ୍ଲିକ କାର୍ଯ୍ୟଳୟର ଉଦଘାଟନ କରିଥିଲେ । ଏହା ପରେ ସେ ସ୍ଥାନୀୟ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କ ସହ ମିଶି ଘର ଘର ବୁଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲି । ବିଜେପି ର ବିକାଶ ଯାତ୍ରା ରେ ସମସ୍ତେ ସାମିଲ ହୋଇ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ରେ ନିଜର ବହୁମୂଲ୍ୟ ଭାଗିଦାରୀ ଦେବାପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ଥାନୀୟ ଭୋଟର ଙ୍କୁ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking