29.1 C
Bhubaneswar
Sunday, May 19, 2024
Homeଓଡିଶାକନ୍ଦଳ ଦୂର ପାଇଁ ମନ୍ତ୍ରୀ ପଦ: ବିଜେପି

କନ୍ଦଳ ଦୂର ପାଇଁ ମନ୍ତ୍ରୀ ପଦ: ବିଜେପି

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ବିଜେପିର ପ୍ରତିକ୍ରିୟା । ସମାଲୋଚନା କଲେ ବିଜେପି ସା.ସମ୍ପାଦକ ଗୋଲକ ମହାପାତ୍ର । ନୂଆ ବୋତଲରେ ପୁରୁଣା ମଦ କହି ସମାଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ମନ୍ତ୍ରୀ ପଦ ପାଇଥିବା ନେତା ଦକ୍ଷ ଓ ବରିଷ୍ଠ କହି ଦିଆଗଲା । ଏମାନେ ଆଗରୁ କଣ ଦକ୍ଷ ନଥିଲେ ଏବଂ ତାଙ୍କୁ କାହିଁକି ବାହାର କରାଯାଇଥିଲା ।

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପାଇଁ ସମୀର ଦାଶଙ୍କୁ ବାହାର କଲେ । ଶ୍ରୀକାନ୍ତ ସାହୁଙ୍କୁ ବାହାର କଲେ ଆଉ ସରାକର ମାନୁଛନ୍ତି ଏମାନେ ଦୋଷୀ । କାହିଁକି ଏ ବିଷୟରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ମନ୍ତ୍ରୀ ପଡିଲେ କିଛି ବି ପ୍ରଭାବ ପଡିବ ନାହିଁ । ଅସନ୍ତୋଷ ଓ ଅନ୍ତଃକନ୍ଦଳ ଦୂର ପାଇଁ ମନ୍ତ୍ରୀ ପଦ ଧରେଇଲେ ବୋଲି ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି ଗୋଲକ ମହାପାତ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking