23.1 C
Bhubaneswar
Friday, January 10, 2025
Homeଓଡିଶାଗୁଣ୍ଟୁରୁ ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ଅଘଟଣ ପ୍ରସଙ୍ଗ ଏବେ ବି ନିଦ ଭାଙ୍ଗିନି ଶ୍ରମ ବିଭାଗର 

ଗୁଣ୍ଟୁରୁ ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ଅଘଟଣ ପ୍ରସଙ୍ଗ ଏବେ ବି ନିଦ ଭାଙ୍ଗିନି ଶ୍ରମ ବିଭାଗର 

ରାୟଗଡା: ଆନ୍ଧ୍ରର ଗୁଣ୍ଟୁରୁ ଜିଲା ନିକଟ ଲାଙ୍କାଭାନିଦିବାର ଏକ ଚିଙ୍ଗୁଡି ବନ୍ଧ ଓ ଚିଙ୍ଗୁଡି ପ୍ରକ୍ରିୟାକରଣ ସଂସ୍ଥାରେ ଅଘଟଣା ପରେ ଏବେବି ନିଦ ଭାଙ୍ଗିନି ଶ୍ରମ ବିଭାଗର । ପରିବାରର ଆର୍ôଥକ ପରିସ୍ଥିତି ହେଉ କିମ୍ବା ଅନଲାଇନ ପାଠ ପଢା ପାଇଁ ଆବଶ୍ୟକ ମୋବାଇଲ ଟିଏ ପାଇଁ କାମଧନ୍ଧା ଆଶାରେ ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା, ରାୟପୁର, କେରଳ , ତାମିଲନାଡୁ ଓ ସୁରତ ଅଭିମୁଖେ ଚାଲିଯାଉଛନ୍ତି । ହେଲେ ପ୍ରତି ମାସ ରାୟଗଡା ଜିଲ୍ଲାରୁ କେତେ ଶ୍ରମିକ ବାହାର ରାଜ୍ୟକୁ ଗଲେ ଏବଂ କେତେ ଶ୍ରମିକ ବାହାର ରାଜ୍ୟରୁ ଆମ ଜିଲ୍ଲାକୁ ଆସିଲେ ତାର ତଥ୍ୟ ଶ୍ରମ ବିଭାଗ ପାଖରେ ନାହିଁ । ଗତ ବର୍ଷ ପ୍ରଥମ ପର୍ଯ୍ୟାୟ ଲକଡାଉନ ସମୟରେ ରାଜ୍ୟ ୧୬୦୦ ହଜାର ଦଦାନ ଶ୍ରମିକ ଜିଲ୍ଲାକୁ ଫେରି ଥିବା ରେକଡ କରାଯାଇଥିବା ବେଳେ ପରବର୍ତୀ ମୁହୂର୍ତରେ ଜିଲ୍ଲର ଦାଦନ ଶ୍ରମିକଙ୍କ ପରିସଂଖ୍ୟାନ କରିବାକୁ ଭୁଲି ଗଲା ଜିଲ୍ଲା ପ୍ରଶାସନ । ଫଳରେ କାମ କରିବାକୁ ଯାଇ ଗତ ଗୁରୁବାର ରାତ୍ର ୬ଜଣ ପ୍ରବାଶୀ ଓଡିଆ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ଅନ୍ୟପକ୍ଷରେ ଓଡିଶା ସରକାରଙ୍କ ମୋ ପରିବାର ପକ୍ଷରୁ ଅଘଟଣ ଅଞ୍ଚଳରେ ୩୩ଜଣ ଶ୍ରମିକଙ୍କୁ ନିଜ ଭିଟାମାଟିକୁ ଏକ ସ୍ୱତନ୍ତ୍ର ବସ ଯୋଗେ ଫେରାଇ ଆଣାଯାଇଛି । ବିଡମ୍ବନା ଏହିକି ଉକ୍ତ ୩୩ଜଣ ମଧ୍ୟରେ ୧୫ଜଣ ନାବାଳକ ଓ ବିଭିନ୍ନ ଶିକ୍ଷାନୁଷ୍ଟାନରେ ପାଠ ପଢୁଛନ୍ତି । ସୂଚନାଥାଉକି ଗତଏକ ମାସ ଜଣେ ଗୁଣପୁର ବ୍ଲକର ପୁଟାସିଂ ଗ୍ରାମର ବିଭୁ ଗାଣ୍ଠାନାମକ ଜଣେ ଶ୍ରମିକଚାଲଣ କରୁଥିବା ଦଲାଲ ବିଭିନ୍ନ ଘୋରେଇ କମ୍ପାନୀମାନଙ୍କ ଠାରୁ ମୋଟା କମିଶନ ନେଇ ବିଭିନ୍ନ ଗ୍ରାମ ବୁଲି ଶିଶୁ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟ ଚାଲଣ କରିଛନ୍ତି । ବିଶେଷ କରି ଗତ କିଛି ମାସ ହେଲା କରୋନା ସଂକ୍ରମିତ ଭୟରେ ସରକାର ସ୍କୁଲଗୁଡିକ ବନ୍ଦ କରିଥିବାରୁ ଏହାର ସୁଯୋଗ ନେଇ ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ଅର୍ଥ ଆଦାୟର ମିଥ୍ୟ ପ୍ରଲୋଭନ ଦେଖାଇ ଶ୍ରମିକ ଚାଲଣ କରୁଛନ୍ତି ଏହି ଦଲାଲମାନେ । ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁଯାୟୀ ମୃତକ ଫୁଲପୁଟି ଗ୍ରାମର ପାଣ୍ଡବ ଶବର ସ୍ଥାନୀୟ ପୁଟାସିଂ ହାଇସ୍କୁଲରେ ୧୦ମ ଶ୍ରେଣୀ ଅଧ୍ୟୟନ ଥିବାବେଳେ ମୋହନ ଶବର କେନ୍ଦୁଗୁଡା ଗ୍ରାମରେ ୬ଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ସେହି ଗ୍ରାମର କରୁଣାକର ଶବର ଭୂବନେଶ୍ୱରସ୍ଥିତ କିସ୍‌? ଅନୁଷ୍ଠାନର ୮ମ ଶ୍ରେଣୀରେ ପାଠ ପଢୁଥିବାବେଳେ ଝୁମ୍ପାପୁର ଗ୍ରାମର ରାମମୁର୍ତ୍ତି ଗମାଙ୍ଗ ଗୁଣପୁର ଶତାୟୁ ହାଇସ୍କୁଲରେ ୭ମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ମୃତକ ଏହି ୪ଜଣ ବିଦ୍ୟାର୍ଥୀଙ୍କୁ ଅନଲାଇନ ପାଠପଢା ନିମନ୍ତେ ମୋବାଇଲ ସମସ୍ୟା ହେବାରୁ ଘରର ଦାରିଦ୍ରତା ଯୋଗୁଁ ଦାଦାନ ଖଟିବାକୁ ଯାଇଥିବା ପରିବାର ପକ୍ଷରୁ କୁହାଯାଉଛି । ଜଣେ ନୁହେଁ କି ଦୁଇଜଣ, ୪ଜଣ ବିଦ୍ୟାର୍ଥୀ ମୃତ୍ୟୁବରଣ ପରେ ମଧ୍ୟ କୌଣସି ଶିଶୁ ସୁରକ୍ଷା ଓ ଶ୍ରମବିଭାଗର ଦେଖାନାହିଁ । ଶିଶୁର ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବିଭିନ୍ନ ବିଭାଗ ଖୋଲାଯାଇଛି । ଯଥା ଶିଶୁ ସୁରକ୍ଷା ୟୁନିଟ, ଶିଶୁ ମଙ୍ଗଳ କମିଟି, ସମନ୍ୱିତ ଶିଶୁବିକାଶ ଯୋଜନା କାର୍ଯ୍ୟକାରି କରି ଶିଶୁମାନଙ୍କ ବିବିଧି ବିକାଶ, ସୁରକ୍ଷା ନିମନ୍ତେ ରାଜକୋଷରୁ ଅର୍ଥ ବ୍ୟୟବରାଦ ହେଉଛି । କିନ୍ତୁ ଘଟଣାର ଚାରିଦିନ ପରେ ମଧ୍ୟ ଜଣେ ହେଲେ ଅଧିକାରୀ ସମ୍ପୃକ୍ତ ବିଭାଗର ଅଧିକାରୀ ମୃତକ ପରିବାରକୁ ସହାୟତା ତ ଦୂରର କଥା ସମବେଦନା ଜଣାଇବାର ମଧ୍ୟ ତାଙ୍କ ନିକଟରେ ପହଞ୍ଚିନାହାନ୍ତି । ଏଥିରୁ ସ୍ୱଷ୍ଟ ହେଉଛି ଯେ ଜିଲାରେ କିଭଳି ଚାଲିଛି ଏହି ବିଭାଗ ଗୁଡିକ । ସେହିଭଳି ଦାଦାନ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିବା ଏହି ପରିବାର ପାଖକୁ ଶ୍ରମ ବିଭାଗର ଜଣେ ହେଲେ ଅଧିକାରୀ ପହଞ୍ଚିନଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି । ଘଟଣାକୁ ଓଡିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଅତି ଗୁରୁତର ସହ ନେଇଥିବାବେଳେ ତଳିଆ କର୍ମଚାରୀାମାନେ କିଭଳି ଏହି ଘଟଣାକୁ ହାଲୁକା ଭାବେ ଗ୍ରହଣ କରୁଛନ୍ତି ତାହା ଏଥିରୁ ସ୍ୱଷ୍ଟ ହେଉଯାଉଛି । ତେବେ ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା କହିଛନ୍ତି ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଜିଲ୍ଲାରେ କାମର ଅଭାବ ନାହିଁ କି ନୂତନ ବୃତି ପାଇଁ ପ୍ରତ୍ୟେକ ବ୍ଲକରେ ବ୍ୟବସ୍ଥା ରହିଛି । ଲୋକଙ୍କ ପାଖରେ ସଚେତନ ଅଭାବ ଯୋଗୁଁ ଲୁଚି ଛପି ଅର୍ଥ ଲୋଭରେ ବାହାର ରାଜ୍ୟକୁ ଯାଉଛନ୍ତି । ତେଣୁ ଏଦିଗରେ ସଜାଗ ରହିବା ପାଇଁ ଶ୍ରମ ବିଭାଗକୁ ନିର୍ଦ୍ଧେଶ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking