29.1 C
Bhubaneswar
Saturday, May 4, 2024
Homeଓଡିଶାଦାଦନ ଶ୍ରମିକଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଦାଦନ ଶ୍ରମିକଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଗଞ୍ଜାମ : ଜୀବନ ସାରା ଶ୍ରମଜୀବୀ ଭାବେ କାର୍ଯ୍ୟକରି ନିଜ ପରିବାର ପ୍ରତିପୋଷାଣ କରିଆସିଥିବା ଦାଦନ ଶ୍ରମିକ ପୂର୍ଣ୍ଣଚନ୍ଦ୍ର ବେହେରା(୬୦)ଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ଗଞ୍ଜାମ ଏନଏସି ଦାମୋଦରପୁର ଗ୍ରାମର ୧୨ ନମ୍ବର ୱାର୍ଡ ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ୨ ମାସରୁ ଊର୍ଦ୍ଧ୍ୱ ଦେବ ଶଯ୍ୟାଶାୟୀ ଅଛନ୍ତି । ସେ ସରକାରୀ ସହାୟତା ପାଇଁ ସ୍ଥାନୀୟ ତହସଲଦାର ଅବନୀ କୁମାର ସାହୁଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏମକେସିଜି ବଡ଼ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ଓ ଏସଟିଏଫର ଫାଇଦା ନେବାକୁ ତହସିଲଦାର ପରାମର୍ଶ ଦେଇଛନ୍ତି । ପ୍ରଶାସନ ଚାହିଁଲେ ୧୦ହଜାର ଟଙ୍କା ସହଯୋଗ କରିପାରିବ ବୋଲି କହିଛନ୍ତି ତହସିଲଦାର ଶ୍ରୀ ସାହୁ ।
ସୂଚନା ଅନୁଯାୟୀ, ଦୀର୍ଘବର୍ଷ ହେଲା ପୂର୍ଣ୍ଣଚନ୍ଦ୍ର୍ର ତାମିଲନାଡୁ ରାଜ୍ୟରେ ଦାଦନ ଶ୍ରମିକ ଭାବେ ଖଟି ଆସୁଥିବା ବେଳେ ପ୍ରାୟ ଏକବର୍ଷ ହେଲା ଶାରୀରିକ ଅସୁସ୍ଥତା କାରଣରୁ ଗ୍ରାମକୁ ଫେରି ଆସିଥିଲେ । କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସେ ବେଳେବେଳେ ଗଞ୍ଜାମ ଓ ଛତ୍ରପୁର ଅଞ୍ଚଳରେ ମୁଲ ଖଟିବାକୁ ଯାଇଥାନ୍ତି । ଫଳରେ ଅଣ୍ଟା କଷ୍ଟ ଦିନକୁ ଦିନ ବଢ଼ିବାରେ ଲାଗିଥିଲା । ହଠାତ୍ ସେ ଶଯ୍ୟାଶାୟୀ ହୋଇଯିବା ଫଳରେ ତାଙ୍କ ବଡ଼ ପୁଅ ବ୍ରହ୍ମପୁର ନେଇଥିଲେ । ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରି ଏମକେସିଜି ମେଡିକାଲରେ ତାଙ୍କର ଚିକିତ୍ସା ହୋଇପାରିବ ନାହିଁ । ତାଙ୍କୁ ଭୁବନେଶ୍ୱର କୌଣସି ମେଡିକାଲରେ ଚିକିତ୍ସା କଲେ ଉପଶମ ହେବ ବୋଲି ପରାମର୍ଶ ଦେବାସହ ପ୍ରାୟ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ଅର୍ଥାଭାବ ଯୋଗୁଁ ତାଙ୍କୁ ପରିବାରଲୋକେ ଘରକୁ ଫେରେଇ ଆଣି କିଛି ଔଷଧ ଦେଇ ଘରେ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking