24.1 C
Bhubaneswar
Monday, May 13, 2024
Homeଦେଶ ବିଦେଶପୁଣି ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ ମେଟା!

ପୁଣି ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ ମେଟା!

ନୂଆଦିଲ୍ଲୀ: ପୁଣି ୧୧ ହଜାର କର୍ମଚାରୀ ଛଟେଇ କରିବ ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ର ମୂଳ କମ୍ପାନୀ ମେଟା । ଏନେଇ ଆମେରିକା ଖବରକାଗଜ ୱାଶିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଛି । କମ୍ପାନୀରେ ଥିବା ନିଯୁକ୍ତି ସମ୍ପର୍କିତ ଅସମାନତା ନିୟନ୍ତ୍ରଣ କରିବା ପାଇଁ ମେଟା ୧୧ ହଜାର କର୍ମଚାରୀ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ ଗତବର୍ଷ ନଭେମ୍ବର ମାସରେ ମୋଟ ୧୧ ହଜାର କର୍ମଚାରୀ ଛଟେଇ କରିଥିଲା ମେଟ । ଯାହା ବିଶ୍ୱରେ ଥିବା କମ୍ପାନୀର କର୍ମଚାରୀଙ୍କ ସଂଖ୍ୟାର ପ୍ରାୟ ୧୧ ପ୍ରତିଶତ ଥିଲା । ସେତେବେଳେ କମ୍ପାନୀ ଆର୍ôଥକ ସମସ୍ୟା ଓ ଅଧିକ ନିଯୁକ୍ତି କରାଯାଇଥିବାରୁ ଛଟେଇ ହେଉଛି ବୋଲି କହିଥିଲା ।

ପୁଣି ଏହି ସମାନ କାରଣ ଦର୍ଶାଇ ମେଟା ଏଥର ପୁଣି ୧୧ ହଜାର କର୍ମଚାରୀ ଛଟେଇ କରିପାରେ ବୋଲି ଖବର ପ୍ରକାଶ ପାଇଛି । କମ୍ପାନୀର ଆୟ କମ୍ ହେଉଥିବାରୁ ନିବେଶରେ ବି ହ୍ରାସ ଘଟିଛି । ଏହାର କିଛିଦିନ ପୂର୍ବରୁ ମେଟା କିଛି କର୍ମଚାରୀଙ୍କ କାମର ମାନ ନିର୍ଦ୍ଧାରିତ କରିଥିଲା । କର୍ମାଚାରୀଙ୍କ କାମ ସେତେ ଉତ୍ସାହଜନକ ନଥିଲା ବୋଲି କମ୍ପାନୀ ଦାବି କରି ଉକ୍ତ କର୍ମଚାରୀଙ୍କୁ ବର୍ଗିକୃତ କରିଥିଲା । ଏଥିରୁ ହିଁ ଛଟେଇ ଆଶଙ୍କା ଦେଖା ଦେଇଥିଲା । ଗତବର୍ଷ ଛଟେଇ ବେଳେ ମେଟା ସିଇଓ ମାର୍କ ଜୁକରବର୍ଗ କହିଥିଲେ ଯେ ଏହା କମ୍ପାନୀ ପୁନର୍ଗଠନର ଆରମ୍ଭ ପ୍ରକ୍ରିୟା । ଆଗକୁ ଏମିତି ଧାରା ଆଗକୁ ଜାରି ରହିବ । ତେଣୁ ତାଙ୍କର ଏପରି କଥାରେ ଛଟେଇର ଆଶଙ୍କା ରହିଥିଲା ।

ସୂଚନାଯୋଗ୍ୟ, ଆର୍ôଥକ ଖରାପ ସ୍ଥିତି ଦେଇ ଯାଉଥିବା ଫେସ୍‌ବୁକ୍ ଟ୍ୱିଟର ପଥ ଅନୁସରଣ କରିଛି । ବ୍ଲୁ ଟିକ୍ ପାଇଁ ଏବେ ଟଙ୍କା ଆଦାୟ କରିବ କମ୍ପାନୀ । ଏଥିପାଇଁ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । କେବଳ ସେତିକି ନୁହେଁ ଫେସ୍‌ବୁକ ଆକାଉଣ୍ଟ ଖୋଲିବାକୁ ହେଲେ ଏବେ ସରକାରୀ ପ୍ରମାଣ ପତ୍ରର ଆବଶ୍ୟକତା ପଡ଼ିପାରେ ବୋଲି କମ୍ପାନୀ ଘୋଷଣା କରିଛି । ଫେସ୍‌ବୁକ୍ ସବ୍ସକ୍ରିପ୍‌ସନ ପଲିସିରେ ୱେବ୍‌ରେ ଫେସ୍‌ବୁକ୍ ଖୋଲିଲେ ଗ୍ରାହକଙ୍କୁ ମାସକୁ ୧୧.୯୯ ଆମେରିକୀୟ ଡଲାର(୯୯୦ ଟଙ୍କା) ଏବଂ ଆଇଫୋନ୍‌ରେ ଖୋଲିଲେ ୧୪.୯୯ ଆମେରିକୀୟ ଡଲାର ଅର୍ଥାତ(୧,୨୪୦) ଟଙ୍କା ଦେବାକୁ ପଡ଼ିବ । ବର୍ତ୍ତମାନ ଫେସ୍‌ବୁକ୍‌ର ସବ୍ସକ୍ରିପ୍‌ସନ ପିଲିସ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଲାଗୁ ହୋଇଛି । ଖୁବ୍‌ଶୀଘ୍ର ଏହା ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଲାଗୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking