28.1 C
Bhubaneswar
Thursday, November 12, 2026
Homeଓଡିଶାଖସୁଛି ପାରଦ,ବଢ଼ୁଛି ଶୀତ: ୯ ଜିଲ୍ଲାକୁ ସତର୍କତା ଜାରି

ଖସୁଛି ପାରଦ,ବଢ଼ୁଛି ଶୀତ: ୯ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ଶୀତର ପ୍ରକୋପ । ଉତ୍ତର-ଉତ୍ତର ପୂର୍ବ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ହ୍ରାସ ପାଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍‌ ତଳକୁ ଖସିଛି । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି ।ସେପଟେ କୋରାପୁଟ ଜିଲ୍ଲାରେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଲୋକଙ୍କୁ କଲବଲ କରୁଛି । ବିଶେଷ କରି ସିମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଘନ କୁହୁଡ଼ି ଯୋଗୁଁ ରାସ୍ତାରେ ମାତ୍ର ୧୦ ମିଟର ଦୂରତା ପର୍ଯ୍ୟନ୍ତ ଦେଖାଯାଉନାହିଁ । ଫଳରେ ଭୋର ସମୟରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି ।ତେବେ ଶୀତ ଓ କୁହୁଡ଼ିକୁ ଖାତିର ନକରି ଲୋକେ ସକାଳୁ ଶାରୀରିକ ବ୍ୟାୟାମ ଓ ମର୍ଣ୍ଣିଂ ୱାକ୍‌ କରୁଛନ୍ତି । ଅନ୍ୟପଟେ ଘନ କୁହୁଡ଼ିକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking