24.1 C
Bhubaneswar
Thursday, November 12, 2026
Homeଓଡିଶାରାଜଧାନୀରେ ରାତି ଅଧରେ ଚାଲିଛି ଘନ ଘନ ଚେକିଂ

ରାଜଧାନୀରେ ରାତି ଅଧରେ ଚାଲିଛି ଘନ ଘନ ଚେକିଂ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢୁଛି ଅପରାଧ । ଦିନ ଦ୍ୱିପହର ହେଉ କି ରାତି ଅଧରେ ହେଉା ଲଗାତାର ଆତଙ୍କ ମଚାଉଛନ୍ତି ଅପରାଧୀ । ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଦୁର୍ବୃତ୍ତ । ତେବେ ଏନେଇ ଅଣ୍ଟା ଭିଡିଛି ପୋଲିସ ପ୍ରଶାସନ । ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ସ୍ଥିତି ଉପରେ ନଜର ରଖିବାକୁ ରାତି ଅଧିଆ ଚାଲିଛି ଘନ ଘନ ଚେକିଂ ଏବଂ ପାଟ୍ରୋଲିଂ । ଏହି ଅଭିଯାନରେ ନିଜେ ସାମିଲ ହୋଇଛନ୍ତି ଭୁବନେଶ୍ୱର ଡିସିପି ଶରବଣା ବିବେକ ଏମ । ବିଳମ୍ବିତ ରାତିରେ ବିଭିନ୍ନ ଗଳିକନ୍ଦି ବୁଲି ସ୍ଥିତି ଯାଞ୍ଚ କରିବା ସହ ପାଟ୍ରୋଲିଂ କରୁଛନ୍ତି । ରାତିରେ ସନ୍ଦେହଜନକ ଭାବେ ବୁଲୁଥିବା ଲୋକଙ୍କୁ ଅଟକାଇ ପଚରାଉଚରା ମଧ୍ୟ କରୁଛନ୍ତି । ରାଜଧାନୀରେ ଅପରାଧ ରୋକିବା ସହ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କମିସନରେଟ ପୋଲିସର ଏହି ରାତ୍ରୀକାଳୀନ ପାଟ୍ରୋଲିଂ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking