27.1 C
Bhubaneswar
Sunday, September 8, 2024
Homeଉତ୍ତରପ୍ରଦେଶ ରାଜନୀତିବିଜେପିର ଷ୍ଟାର୍ ପ୍ରଚାରକ ତାଲିକାରୁ ମେନକା, ବରୁଣ ବାଦ୍

ବିଜେପିର ଷ୍ଟାର୍ ପ୍ରଚାରକ ତାଲିକାରୁ ମେନକା, ବରୁଣ ବାଦ୍

 

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ଯାହା ଫେବୃଆରୀ ୧୦ ରୁ ଆରମ୍ଭ ହେବ । ଏଭଳି ସ୍ଥିତିରେ ପ୍ରଥମ ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ନିଜର ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂହ, ଅମିତ ଶାହାଙ୍କ ସମେତ ୩୦ ଜଣ ବିଜେପି ନେତାଙ୍କ ନାମ ରହିଛି। ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ବିବାଦ ଭିତରକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ନାମ ଏହି ତାଲିକାରେ ନାହିଁ ।

ଷ୍ଟାର୍ ପ୍ରଚାରକମାନଙ୍କ ତାଲିକାରେ ସୁଲତାନପୁରର ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ଏବଂ ତାଙ୍କ ପୁଅ ବରୁଣ ଗାନ୍ଧୀଙ୍କ ନାମ ମଧ୍ୟ ନାହିଁ। ସୂଚନାଯୋଗ୍ୟ ଯେ, ପିଲିଭିଟ୍ ରୁ ବିଜେପି ସାଂସଦ ଥିବା ବରୁଣ କୃଷକ ପ୍ରସଙ୍ଗରେ ଦୀର୍ଘ ଦିନ ଧରି କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଆସୁଛନ୍ତି। ତେଣୁ ତାଙ୍କୁ ଷ୍ଟାର କ୍ୟାମ୍ପେନରରେ ସାମିଲ କରାଯାଇନଥିବା ମନେ କରାଯାଉଛି ।

ୟୁପି ନିର୍ବାଚନ ପାଇଁ ବିଜେପିର ଷ୍ଟାର୍ ପ୍ରଚାରକଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ୟୁପି ରାଜ୍ୟ ସଭାପତି ସ୍ବତନ୍ତ୍ର ଦେବ ସିଂହ, ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଧା ମୋହନ ସିଂ, ମୁଖତାର ଅବାସ୍ ନକଭି, ସ୍ମୃତି ଇରାନୀ, କେଶବ ପ୍ରସାଦ ମୌର୍ଯ୍ୟଙ୍କ ନାମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking