24.1 C
Bhubaneswar
Tuesday, May 24, 2022
Homeଅପରାଧ‘ବୁଲ୍ଲି ବାଈ’ ଆପ୍ ମାମଲାରେ ଓଡିଶାରୁ ଜଣେ ଗିରଫ

‘ବୁଲ୍ଲି ବାଈ’ ଆପ୍ ମାମଲାରେ ଓଡିଶାରୁ ଜଣେ ଗିରଫ

ମୁମ୍ବାଇ : ବିବାଦୀୟ ‘ବୁଲ୍ଲି ବାଈ’ ଆପ୍ ମାମଲାରେ ଆଉ ଜଣେ ଅଭିଯୁକ୍ତ ଧରାପଡିଛି । ଓଡିଶାରୁ ଧରାପଡିଛି ଅଭିଯୁକ୍ତ । ଗିରଫ ଅଭିଯୁକ୍ତର ନାଁ ନୀରଜ ସିଂହ ବୋଲି ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି । ଏହାକୁ ମିଶାଇ ଏହି ମାମଲାରେ ଏ ଯାଏଁ ୫ ଜଣଙ୍କୁ ଗିରଫ କରାଯାଇଛି ।

ପୂର୍ବରୁ ପୋଲିସ ଏହି ବିବାଦୀୟ ଆପ୍ ମାମଲାରେ ବିଶାଖା ଝା, ଶ୍ୱେତା ସିଂହ, ମୟଙ୍କ ରାୱତ ଓ ନୀରଜ ବିଷ୍ନୋଇଙ୍କୁ ଗିରଫ କରିସାରିଛି । ବୁଲ୍ଲି ବାଈ ଆପ୍ ଜରିଆରେ କିଛି ପ୍ରମୁଖ ମୁସଲିମ ମହିଳାଙ୍କ ଫଟୋ ଅପଲୋଡ୍ କରି ସେମାନଙ୍କ ନିଲାମ ଡକାଯାଉଥିଲା । ସେମାନଙ୍କ ଫଟୋରେ ଆପତ୍ତିଜନକ ଟିପ୍ପଣୀ ମଧ୍ୟ କରାଯାଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking