29.1 C
Bhubaneswar
Saturday, July 27, 2024
Homeଉତ୍ତରାଖଣ୍ଡ ରାଜନୀତିକଂଗ୍ରେସକୁ ଫେରିବେ ହରକ ସିଂ !

କଂଗ୍ରେସକୁ ଫେରିବେ ହରକ ସିଂ !

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ରାଜନୀତିର ଜଣାଶୁଣା ନାମ ତଥା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରୁ ବହିଷ୍କୃତ ହୋଇଥିବା ହରକ ସିଂ ରାୱତ ଏବେ ପୁଣି କଂଗ୍ରେସକୁ ଫେରିବା ପାଇଁ ଚାହୁଁଛନ୍ତି । କିନ୍ତୁ ତାଙ୍କର ଏହି ନିଷ୍ପତ୍ତିରେ ବାଧକ ସାଜିଛନ୍ତି କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ । ୨୦୧୬ ମସିହାରେ ଯେତେବେଳେ ହରିଶ ରାୱତଙ୍କ ସରକାର ଚାଲିଥିଲା ବେଳେ ୯ଜଣ ବିଧାୟକ ବିଦ୍ର୍ରୋହ କରି ଦଳ ଛାଡିଥିଲେ । ଫଳରେ ରାୱତଙ୍କ ସରକାର ଭାଙ୍ଗିଥିଲା । ସେହି ୯ଜଣ ବାଗି ବିଧାୟକଙ୍କ ମଧ୍ୟରେ ଥିଲେ ହରକ ସିଂ ରାୱତ ।

ତେଣୁ ତାଙ୍କ ଫେରିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ହରିଶ ରାୱତ । ତେବେ ହରକ ସିଂ କଂଗ୍ରେସରେ ମିଶିବା ପାଇଁ ଏତେ ବ୍ୟାକୁଳ ଯେ ସେ ଶ୍ରୀ ରାୱତଙ୍କୁ କ୍ଷମା ମାଗିବା ପାଇଁ ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି । ହରକ ସିଂ କହିଛନ୍ତି ସେ ତାଙ୍କ ଭୁଲ ପାଇଁ ଅନୁତାପ କରୁଛନ୍ତି । ଗୋଟିଏ ଛୋଟ କାରଣ ପାଇଁ ତାଙ୍କୁ ଏତେ ବଡ ନିଷ୍ପତ୍ତି ନେବାର ନଥିଲା । କିନ୍ତୁ ସେତେବେଳର ପରିସ୍ଥିତି ତାଙ୍କୁ ସେମିତି କରିବା ପାଇଁ ବାଧ୍ୟ କରିଥିଲା । ସେ କରିଥିବା ଭୁଲ ପାଇଁ ମର୍ମାହତ ବୋଲି ସେ ପ୍ରକାଶ କରିଛନ୍ତି । ଏପଟେ ହରିଶ ରାୱତ କହିଛନ୍ତି କି ଦାଗି ନେତାଙ୍କ ଘର ବାହୁଡ଼ା ଏତେ ସହଜ ହେବ ନାହିଁ କି ତାଙ୍କୁ କଂଗ୍ରେସ ସହଜରେ ଗ୍ରହଣ କରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking