32.1 C
Bhubaneswar
Sunday, April 28, 2024
Homeଓଡିଶାସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଆଇଏମଡି ଅଧିକାରୀ ଓ ବିଭିନ୍ନ ବିଭାଗ ସଚିବଙ୍କ ସହ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାକୁ କେମିତି ମୁକାବିଲା କରାଯିବ ସେ ନେଇ ବୈଠକରେ ବିଚାରବିମର୍ଷ କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଗତକାଲି ମଧ୍ୟ ଓଡ୍ରାଫ୍, ଏନଡିଆରଏଫ୍, ଓଡ଼ିଶା ପୁଲିସ ଓ ପାଣିପାଗ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏସଆରସି ।

ଏଥିସହ ଜିଲ୍ଲାପାଳମାନଙ୍କ ସହ ବି ଆଲୋଚନା କରିଥିଲେ ଓ ୧୦ଟି ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବଙ୍ଗୋପସାଗରରେ ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖ ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ୨୬ ତାରିଖ ସଂଧ୍ୟାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ମଧ୍ୟ ଆକଳନ କରିଛି ଆଇଏମଡି । ଏହି ବୈଠକରେ ଗୃହ ବିଭାଗ ଉପସ୍ଥିତ ଥିବା ବେଳେ ଉକ୍ତ ବିଭାଗର ସଚିବଙ୍କୁ ବନ୍ୟା ବିପନ୍ନ ଅଞ୍ଚଳର ଲୋକଙ୍କୁ କିପରି ଠିକ୍ ସମୟରେ ଉଦ୍ଧାର କରାଯାଇ ପାରିବ ସେଥିପାଇଁ ଓଡ୍ରାଫ୍ ଟିମ୍ ଏବଂ ଏନଡିଆରଏଫ୍ ଟିମ୍ କୁ କିପରି ସଜାଗ କରାଯିବ ସେ ସମ୍ପର୍କରେ ଧ୍ୟାନ ଦେବାକୁ କହିଥିଲେ ଏସଆରସି ।

ତେବେ ଭାରତୀୟ ପାଣିପାଗ ବିଭାଗ କହିଛି, ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏବେଠାରୁ ପୂର୍ବାନୁମାନ କରାଯାଇ ପାରିବ ନାହିଁ। କିନ୍ତୁ, ପାଣିପାଗ ଆକଳନ କରୁଥିବା ସଂସ୍ଥା ଉଇଣ୍ଡି-ଡଟ୍-କମ୍ ଆକଳନ ଅନୁସାରେ, ଏହି ବାତ୍ୟା ଓଡ଼ିଶାର ବାଲେଶ୍ୱର ଉପକୂଳରେ ସ୍ଥଳଭାଗ ଛୁଇଁବ । ୨୬ ତାରିଖ ରାତିରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking