ଜିଲ୍ଲା ପରିଷଦ ସଦସ୍ୟାଙ୍କ ମା’ଙ୍କୁ ଚିକିତ୍ସାରେ ଅବହେଳା

ପୋଲସରା : କୋଭିଡ୍ ସଂକ୍ରମଣକୁ ନେଇ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ପୋଲସରା ମୁଖ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ରବିବାର ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପରିଷଦ ସଦସ୍ୟ ଡାକ୍ତରଖାନାରେ ପହଞ୍ôଚ ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ନେଇ ପ୍ରତିବାଦ କରିଥିଲେ । ପୋଲସରା ବ୍ଲକ ଜିଲ୍ଲା ପରିଷଦ ସଦସ୍ୟା ସୁଚିତ୍ରା ବିଷୋୟୀଙ୍କ ମା’ ରୁନୁ ନାହାକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା । ପ୍ରାଥମିକ ଚିକିତ୍ସା ନିମନ୍ତେ ପୋଲସରା ମେଡିକାଲକୁ ଅଣାଯାଇଥିଲା । ପୋଲସରା ମେଡିକାଲରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ । ରୋଗୀଙ୍କ ସ୍ୱାସ୍ଥ୍ୟ ଅତି ଗୁରୁତର ହେବା ସହ ଅକ୍ସିଜେନ୍‌ର ଆବଶ୍ୟକତା ପଡିଥିଲା । କର୍ମଚାରୀ ଅକ୍ସିଜେନ୍ ନଥିବା ଜଣାଇଥିଲେ । ଜିଲ୍ଲା ପରିଷଦ ପ୍ରତିନିଧି ସୁଜିତ ବିଷୋୟୀ ଓ ଅଶୋକ କୁମାର ବିଷୋୟୀ, ସରପଞ୍ଚ ପାଣ ନାହାକ, ପ୍ରତାପ ଚନ୍ଦ୍ର ପ୍ରଧାନ, ବସନ୍ତ କରଣ, ଚନ୍ଦ୍ରଭାନୁ ସାହୁ, ପିଣ୍ଟୁ ପ୍ରଧାନ, ବସନ୍ତ ଜେନାଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ ଓ ସମିତିସଭ୍ୟ ମେଡିକାଲ ଅବ୍ୟବସ୍ଥା ସମ୍ପର୍କରେ ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଦିଲ୍ଲୀପ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଫୋନ୍ କରି ଜଣାଇଥିଲେ । ଉତ୍‌କ୍ଷିପ୍ତ ଜନ ପ୍ରତିନିଧି ମେଡ଼ିକାଲ ପରିସରରେ ହୋହଲ୍ଲା କରି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତୁରନ୍ତ ବଦଳି ଦାବି କରିଥିଲେ । ଖବର ପାଇ ପୋଲସରା ପୋଲିସ୍ ପହଞ୍ôଚ ଜନପ୍ରତିନିଧିଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ରୁନୁ ନାହାକଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here