37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ଉନ୍ନତ ସ୍ୱାସ୍ଥ୍ୟ ସେବା

ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ଉନ୍ନତ ସ୍ୱାସ୍ଥ୍ୟ ସେବା

ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରେ ଅଞ୍ଚଳ ବାସିଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ନିମନ୍ତେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଏକ ସ୍ୱତନ୍ତ୍ର ଟିମ ମାଲକାନଗିରି ସିଡିଏମଓ ପ୍ରଫୁଲ୍ଲ ନନ୍ଦଙ୍କ ନେତୃତ୍ୱରେ ଶିଶୁ ରୋଗ ବିଶେଷଜ୍ଞ ସନ୍ତୋଷ କୁମାର ମିଶ୍ର, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଶିବ ପ୍ରସାଦ ମହାରଣା, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଅଧକ୍ଷ ଖିରୋଦ ଚନ୍ଦ୍ର ମହନ୍ତ ଯାନବାଇ ମେଡିକାଲରେ ପହଂଚି ଚିତ୍ରକୋଣ୍ଡା ଶିଶୁ ବିକାଶ ପ୍ରକଳ୍ପ ଦ୍ଵାରା ପରିଚାଳିତ ପୋଷଣ ଦିବସରେ ଯୋଗଦାନ କରିବା ସହ ସ୍ୱାଭିମାନ ଅଞ୍ଚଳ ବାସିଙ୍କ ପାଇଁ ଆରମ୍ଭ କରାଗଲା ସ୍ୱାସ୍ଥ୍ୟ ସେବା । ସ୍ୱାଭିମାନ ଅଞ୍ଚଳ ବଡ଼ପଡା ଯାନବାଇ ମେଡିକାଲ ଠାରେ ମାଲକାନଗିରି ସ୍ୱାସ୍ଥ୍ୟ ସେବା ପାଇଁ ପହଂଚି ଥିବା ଟିମକୁ ସ୍ବାଗତ କରାଯାଇ ଆରମ୍ଭ କରାଯାଇଥିଲା ସ୍ୱାସ୍ଥ୍ୟ ସେବା । ପୋଷଣ ଦିବସରେ ପ୍ରଥମ ଦିନରେ ୪୦ ଜଣ ଶିଶୁ ରୋଗ ଓ ୩୦ ଜଣ ସ୍ତ୍ରୀ ରୋଗଙ୍କୁ ପରୀକ୍ଷା କରି ସେବା ଯୋଗାଇ ଥିଲେ । ଏହି ସ୍ୱାସ୍ଥ୍ୟ ସେବା ଆଜି ଠାରୁ ଲାଗୁ ଆରମ୍ଭ ହେଲା ପ୍ରତି ସପ୍ତାହରେ ଭିର୍ଣ୍ଣ ଭିର୍ଣ୍ଣ ସ୍ଥାନ ଯଥା ପ୍ରତି ଶୁକ୍ରବାର ଦିନ ଯାନବାଇ ମେଡିକାଲ ରେ, ପ୍ରତି ରବିବାର ଦିନ ଯୋଡ଼ାମ୍ବ ମେଡିକାଲ ଏବଂ ପ୍ରତି ମଙ୍ଗଳବାର ଦିନ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ। ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ବିଭିର୍ନ ବିଭାଗୀୟ ବିଶେଷଜ୍ଞ ଯୋଗ ଦେବା ସହ ସ୍ୱାଭିମାନ ଅଞ୍ଚଳ ବାସିଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ ବୋଲି କହିଥିଲେ ମାଲକାନଗିରି ସିଡିଏମଓ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking