40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆବାସ ଘର ଯୋଜନାରେ ୮୦ବର୍ଷୀୟ ବୃଦ୍ଧା

ଆବାସ ଘର ଯୋଜନାରେ ୮୦ବର୍ଷୀୟ ବୃଦ୍ଧା

କୋରପୁଟ: ବର୍ଷା ପାଣିରେ ବତୁରିଛି ମାଟିକାନ୍ତ ଗୋଟିଏ ପଟୁ ଡୋଳି ରହିଛିବୃଦ୍ଧା ଙ୍କ ଘର । ଉପରେ ପଡିଛି ଚିରା ପଲଥିନ ଏହି ଘରେ ରହୁଛନ୍ତି ୮୦ବର୍ଷୀୟ ବୃଦ୍ଧା ଜାନକୀ କ୍ରୀସାନି ଓ ତାଙ୍କର ଦୁଇ ନାତୁଣୀ ପଞ୍ଚାୟତକାର୍ଯ୍ୟାଳୟଠାରେ ଆବେଦନ କରି ଥକି ପଡ଼ିଚନ୍ତି। କିନ୍ତୁ କେହି ହେଲେ ବି ତାଙ୍କ ଦୁଃଖ ଶୁଣୁନାହାନ୍ତି। ବର୍ଷା ହେଲେ ଘର ଭିତରେ ପଶୁଛି ବର୍ଷା ପାଣି। କୁନି କୁନି ଦୁଇ ନାତୁଣୀ ଙ୍କୁ ଧରି ଅନେକ ରାତି ଉଜାଗର ରହିବାକୁ ପଡୁଛି ବୃଦ୍ଧା ଜାନକୀ ଙ୍କୁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରପୁଟ ଜିଲ୍ଲା ଦଶମନ୍ତ ପୁର ବ୍ଲକ ର ପୋଡ଼ାଗଡ଼ପଞ୍ଚାୟତର ପୁରିମୁଣ୍ଡା ଗାଁ ରେ।ବୃଦ୍ଧା ଜାନକୀ ଙ୍କ କହିବା ଅନୁଯାୟୀ ବହୁ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ଦେହନ୍ତ ହୋଇଥିଲା। ତାପରଠୁ ଦୁଇ ପୁଅଙ୍କୁରହି ଆସୁଥିଲେ । କିଛି ବର୍ଷ ପୂର୍ବେ ବଡ଼ ପୁଅ ର ମୃତ୍ୟୁ ହୋଇଗଲା।ସ୍ତ୍ରୀ ଓ କୁନି କୁନି ପିଲା ମାନଙ୍କୁ ଛାଡି ଆରପାରିକୁ ଚାଲିଗଲେ। ଏହାପରେ ବହୁ ମଧ୍ୟ ଅନ୍ୟ ଜଣଙ୍କୁ ହାତ ଧରି ଚାଲିଗଲା। କୁନି କୁନି ଦୁଇ ନାତୁଣୀ ରହିଗଲେ ତାଙ୍କରି ପାଖରେ । ହେଲେ ସାନ ପୁଅ ଧନୁର୍ଯ୍ୟୟଅତ୍ୟନ୍ତ ଗରିବ ହୋଇଥିବାରୁସେମାନଙ୍କ କଥା ବୁଝିବାକୁ ଅସମର୍ଥ । ଦୁଇ ନାତୁଣୀକୁ ଧରି ଏହି ଭଙ୍ଗା କୁଡ଼ିଆରେ ପୋଡି ରହିଛନ୍ତି। ସରକାରଙ୍କ ତରଫରୁ ଚାଉଳ ଭତ୍ତା ମଲୁଛି। କିନ୍ତୁ ଅନ୍ୟ ମାନଙ୍କ ଭଳି ଲାଞ୍ଚ ଦେଇ ନ ପରିବାରୁ ଆବାସ ଯୋଜନାରେ ବଞ୍ଚିତ ହୋଇଛନ୍ତି। ଗାଁର ଲୋକ ମାନେ କହିଛନ୍ତି ତାଙ୍କର ଦୁଃଖ ଦେଖି ବହୁ ବାର ପଞ୍ଚାୟତ ପ୍ରତିନିଧିମାନଙ୍କୁ ଗୁହାରି କରି ଥିବାବେଳେ ଆଜି ପର୍ଯ୍ୟନ୍ତ କେହି ଶୁଣୁ ନାହାନ୍ତି।ବର୍ଷା ହେଲେ ଦହନିୟ ଜୀବନରେ ତିନି ପ୍ରାଣୀ। ଏସମର୍କ ରେ ପୋଡ଼ାଗଡ଼ ସରପଞ୍ଚ ବଗବାନମୁଦୁଲିଙ୍କୁ ପଚାରିବାରୁ ସେ କହିଛନ୍ତି, ସରକାରଙ୍କ ନିୟମ ଅନୁଯାୟୀ ଯୋଗ୍ୟ ହିତାଧିକାରୀ ଙ୍କୁ ଆବାସ ଘର ଦିଆଯାଇଛି। ଲାଞ୍ଚ କାରବାର ନକରିବା କୁସେ ସର୍ବଦା ହିତାଧିକାରୀଙ୍କୁ ପରାମର୍ଶ ଦେଇ ଆସଛନ୍ତି। କିନ୍ତୁ ପୁରିମୁଣ୍ଡା ଘଟଣା ସମ୍ପର୍କରେ ସେ କିଛି ଜାଣିନାହାନ୍ତି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଜ୍ଜୁନ ଟାକରି ଏସି ସିଏ ତାଲିକାରେ ପୁରି ମୁଣ୍ଡା ଗାଁ ର କାହାରି ନାମ ନାହିଁ ବଲି କହିଛନ୍ତି। ଜାନକୀ ସହିତ ପୁରିମୁଣ୍ଡା ଗ୍ରାମବାସୀ ଆବାସ ଯୋଜନାରେ ବଞ୍ଚିତ ହୋଇଛନ୍ତି। ଗୋଷ୍ଟି ଉନ୍ନୟନ ଅଧିକାରୀ ଡମ୍ବୁରୁ ଧର ମଲିକ ଙ୍କୁ ପଚାରିବାରୁ ସେ କହିଥିଲେ ଘର ପାଇବାକୁ ହେଲେ ଏସି ସିଏ ତାଲିକାରେ ନାମ ଥିବା ନିହାତି ଜରୁରୀ।ନହେଲେ କୌଣସି ପରିସ୍ଥିତିରେ ଘର ଯୋଗାଇ ହେବ ନାହିଁ । ପ୍ରଶ୍ନ ଉଠୁଛି ବିପିଏଲ ତାଲିକାରେ ଥିବା ଅସହାୟ ଜାନକୀ ଙ୍କୁ ଘର ଯୋଗେଇବା ଦାଇତ୍ୱ କାହାର ତେବେ ସେ କଣ ଘର ପାଇବାକୁ ଯୋଗ୍ୟ ନୁହଁନ୍ତି।କେଉଁଠି ରହିଛି ପ୍ରଶାସନ ତ୍ରୁଟି । ଏସବୁର ତୁରନ୍ତ ତଦନ୍ତ ହେବା ଦରକାର କରିବା ସହ ଜିଲ୍ଲା ପ୍ରଶାସନଏହାର ତଦନ୍ତ କରି ଯୁଦ୍ଧ କାଳୀନ ଭିତିରେ ଜାନକୀ ଙ୍କୁ ଘରଖଣ୍ଡିଏ ଯୋଗେଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking