30.1 C
Bhubaneswar
Friday, May 3, 2024
Homeଓଡିଶାଵାପର ବାର୍ଷି ଚୋଟରେ ପୁଅର ମୃତ୍ୟୁ

ଵାପର ବାର୍ଷି ଚୋଟରେ ପୁଅର ମୃତ୍ୟୁ

ମୟୂରଭଞ୍ଜ :  ରକ୍ତ ସମ୍ପର୍କରୁ ଝରିଲା ରକ୍ତ। ବାପ ସାଜିଲା ପୁଅର ହତ୍ୟାକାରୀ। ଧାରୁଆ ଅସ୍ତ୍ରରେ ନୃଶଂସ ଭାବେ ହାଣି ନେଲା ପୁଅର ଜୀବନ। ପୁଣି କଳଙ୍କିତ ହେଲା ସମ୍ପର୍କ। ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନରଣଖୁଣ୍ଟା ଗ୍ରାମରେ ଦେଖିବାକୁ ମିଳିଛି। ତେବେ ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ଵାପର ବାର୍ଷି ଚୋଟରେ ୨୫ବର୍ଷୀୟ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ପୁଅ ହେଉଛି ବଣ୍ଟି ଓରଫ ପ୍ରମୋଦ କୁମାର ସିଂ। ନିଜର ବଡ଼ପୁଅ ବଣ୍ଟିକୁ ନିର୍ଦ୍ଦୟ ଏବଂ ନୃଶଂସ ଭାବେ ବାର୍ଷିରେ ଚୋଟ ପରେ ଚୋଟ ମାରି ହତ୍ୟାକରି ହତ୍ୟାକାରୀ ବାପା ଅନିଲ ସିଂ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ତେବେ ଘଟଣା ସମ୍ପର୍କରେ ଖବରପାଇ ବଡ଼ସାହି ଥାନା ପୋଲିସ ଓ ବାରିପଦାର ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ବଡ଼ସାହି ପୋଲିସ ଏକହତ୍ୟା ମାମଲା ରୁଜ୍ଜୁ କରି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇବା ଦିଗରେ ପଦକ୍ଷେପ ନେଉଛି। ଅନ୍ୟପଟେ ହତ୍ୟାକାଣ୍ଡର କାରଣ ଖୋଜିବା ପାଇଁ ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରୁଛି। ଘଟି ଯାଇଥିବା ଲୋମହର୍ଷଣକାରୀ ବିଭତ୍ସ ହତ୍ୟାକାଣ୍ଡ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପୋଲିସ ଅଭିୟୁକ୍ତ ଅନିଲ ସିଂଙ୍କୁ ଖୋଜୁଥିବା ସୂଚନା ମିଳିଛି।

ସେହିପରି ମିଳିଥିବା ସୂଚନା ଅନୁସାରେ ପାରିବାରିକ କହଳକୁ ନେଇ ଗତ ଚାରି ପାଞ୍ଚମାସ ହେବ ଅନିଲ ସିଂ ଓ ତାର ସ୍ତ୍ରୀ ବାରିପଦାର ଏକ ଭଡା ଘରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ କେଉଁ କାରଣରୁ ଆଜି ନିଜ ବଡପୁଅକୁ ବାପା ବିଭତ୍ସ ଭାବେ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ପାରିନି। ତେବେ ପୋଲିସ ଅଧିକ ତଦନ୍ତଜାରୀ ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking