33.1 C
Bhubaneswar
Sunday, April 28, 2024
Homeଓଡିଶାସିଟ ବେଲ୍ଟ ଓ ହେଲମେଟ ପାଇଁ ଟ୍ରକ ଡ୍ରାଇଭରକୁ ଜରିମାନା କଲେ ପୋଲିସ ଏସଆଇ

ସିଟ ବେଲ୍ଟ ଓ ହେଲମେଟ ପାଇଁ ଟ୍ରକ ଡ୍ରାଇଭରକୁ ଜରିମାନା କଲେ ପୋଲିସ ଏସଆଇ

ମୟୂରଭଞ୍ଜ : ଦୁଇହଜାର ଟଙ୍କା ଲାଞ୍ଚ ମାଗି ବିଫଳ ହେବାରୁ ପୋଲିସ ଏସ ଆଇ ଦେଖାଇଲେ ଖାକିର ଦବଙ୍ଗୟୀ। ଗୋଟେପଟେ ମହାମାରୀ କରୋନା କାହାକୁ କନ୍ଦାଉଛି ତୋ ପୁଣି କାହାପାଇଁ ସୃଷ୍ଟି କରୁଛି ରୋଜଗାରର ସୁଯୋଗ । ଏଭଳି ସୁଯୋଗର ହାତଛଡା କରୁନାହାନ୍ତି ମୁଷ୍ଟିମେୟ ଅସାଧୁ ପୋଲିସ ଅଫିସର। ସୁଯୋଗର ଫାଇଦା ନେବାକୁ ଯାଇ ଜାହିର କରୁଛନ୍ତି ଖାକିର ବାହାଦୁରୀ। ଏବେ ସାମ୍ନାକୁ ଆସିଥିବା ଘଟଣା ଅନୁଯାୟୀ ଜୋରିମାନାକୁ ନେଇ ବିବାଦରେ ପୋଲିସ ଏସ ଆଇ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଏସ ଆଇ ଅଜୟ କୁମାର ରାଉଳଙ୍କ ନାମରେ ଲାଞ୍ଚ ମାଗିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଟ୍ରକ ଡ୍ରାଇଭର। ଯିଏକି ରୂପସା ରୁ ସିମେଣ୍ଟ ବୋଝେଇ କରି ଯାଉଥିଲେ ଗାଁଅଜର୍ଦା। ରାସଗୋବିନ୍ଦପୁରରେ ଟ୍ରକ ଅଟକାଇ କଥା ହେବା ପାଇଁ ଡ୍ରାଇଭରକୁ ଡାକିଥିଲେ ଥାନାରେ କାର୍ଯ୍ୟରତ ଏସ ଆଇ ଅଜୟ କୁମାର ରାଉଳ। ଆଉ ଡ୍ରାଇଭରକୁ ମାଗିଲେ ୨ହଜାର ଟଙ୍କା। ମାତ୍ର ମାଲିକ ଦେଇନାହାନ୍ତି କହି ଡ୍ରାଇଭର ଅସହାୟତା ପ୍ରକାଶ କରିବାରୁ ରାଗିଗଲେ ପୋଲିସ ଏସ ଆଇ ରାଉଳବାବୁ ।

ରାଜ୍ୟ ସରକାର ଦେଇଥିବା କ୍ଷମତାର ସଦବ୍ୟବହାର କରି କାଟିଲେ ୪୫୦୦/-ଟଙ୍କାର ଅନଲାଇନ ଚାଲାଣ। ତାହା ପୁଣି ସିଟବେଲ୍ଟ ଏବଂ ହେଲମେଟ ପାଇଁ। ତେବେ ଏଠାରେ ସିଟବେଲ୍ଟ କଥା ସ୍ଵୀକାର କରାଯାଇ ପାରେ କିନ୍ତୁ ଟ୍ରକ ଡ୍ରାଇଭର ହେଲମେଟ ପିନ୍ଧିବ କେମିତି। ଆଉ ହେଲମେଟ ପାଇଁ ଚାଲାଣ କାଟିବା କେତେ ଯୁକ୍ତିଯୁକ୍ତ ତାକୁନେଇ ଉଠିଛି ପ୍ରଶ୍ନବାଚୀ। ଯାହା ପ୍ରମାଣ କରୁଛି ସଂପୃକ୍ତ ପୋଲିସ ଏସ ଆଇ ଅଜୟଙ୍କୁ ତାଙ୍କର ଦାବି ମୁତାବକ ଲାଞ୍ଚ ଅର୍ଥ ନ ଦେଲେ ସେ କିଛିବି କରିପାରିବେ। କାହିଁକି ନା ଅଜୟଙ୍କ ଦେହକୁ ଢାଙ୍କିଛି ଖାକି। ଏନେଇ ପ୍ରତିକ୍ରିୟା ପାଇଁ ଏସ ଆଇ ଅଜୟ କୁମାର ରାଉଳଙ୍କୁ ବହୁବାର ସମ୍ପର୍କ କରିଥିଲେ ମଧ୍ୟ ଫୋନ ରିସିଭ କରିନଥିଲେ। ପରେ ନିଜ ତରଫରୁ ଯୋଗାଯୋଗ କରି ସ୍ୱୀକାର କରିଥିଲେ ଭୁଲରେ ପଡି ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking