26.1 C
Bhubaneswar
Friday, March 29, 2024
Homeଓଡିଶାସାମାଜିକ ଗଣମାଧ୍ୟମ ଉପରେ ଜୁମ ବୈଠକରେ ସରକାରଙ୍କୁ ସତର୍କବାଣୀ 

ସାମାଜିକ ଗଣମାଧ୍ୟମ ଉପରେ ଜୁମ ବୈଠକରେ ସରକାରଙ୍କୁ ସତର୍କବାଣୀ 

ଯାଜପୁର  : ଆଜି ଶ୍ରମିକ ଦିବସ ଉପଲକ୍ଷେ ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ (AIUWC)ର ରାଜ୍ୟ କମିଟି ପକ୍ଷରୁ 135ତମ ମଇ ଦିବସ ଓ ସାମାଜିକ ଗଣ ମାଧ୍ୟମ ବିଷୟବସ୍ତୁ କୁ ନେଇ ଏକ ରାଜ୍ୟ ସ୍ତରୀୟ ଜୁମ ବୈଠକ ଅନୁଷ୍ଠିତ ହୋଇଛି l ରାଜ୍ୟର ସମସ୍ତ ଜିଲ୍ଲା କମିଟିର ଅଧକ୍ଷ ଓ ସଂଯୋଜକମାନେ ଜୁମ ବୈଠକରେ ଅଂଶ ଗ୍ରହଣ କରି ମତା ମତ ପ୍ରଦାନ କରିଥିଲେ l ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତିଙ୍କ ତତ୍ୱାବଧାନରେ ଜୁମ ବୈଠକ ଆୟୋଜିତ ହୋଇଯାଇଅଛି ! ସଭାର ପ୍ରାରମ୍ଭରେ ମହାମାରୀ କରୋନା ସମୟରେ ବହୁ ଶ୍ରମିକ ଓ କୃଷକ ନେତା ମାନଙ୍କ ପ୍ରାଣଦାନ ଘଟିଛି l ସେମାନଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରା ଯାଇଥିଲା l ବିଶେଷ କରି ୨ ଦିନ ତଳେ ଏ ଆଇ ୟୁ ଡବ୍ଲୁ ସି ର ବଲାଙ୍ଗୀର ଜିଲ୍ଲା ସଂଯୋଜକ ଚକା ଚରଣ ମାଝୀ ଓ ପିପିଲି ଉପ ନିର୍ବାଚନ ରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଙ୍କ ଅକାଳ ବିୟୋଗ ତଥା ଭାରତ ବର୍ଷର ପୂର୍ବତନ ଆଟର୍ଣ୍ଣ ଜେନେରାଲ ସୋଲି ସୋରାବ ଜି, ବରିଷ୍ଠ ଟି ଭି ସାମ୍ବାଦିକ ରୋହିତ ସାରଦାନା, ଓ ବିହାର ର ମୁଖ୍ୟ ଶାସନ ସଚିବ ଅରୁଣ ସିଂ ଙ୍କ ବିୟୋଗରେ ୧ ମିନିଟ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା !

ଏହି ବୈଠକ ରେ ରାଷ୍ଟ୍ରୀୟ ଅଧକ୍ଷ ଅରବିନ୍ଦ ସିଂ, ଜାତୀୟ କାର୍ଯ୍ୟକାରୀ କମିଟି ସାମାଜିକ ଗଣ ମାଧ୍ୟମ ର ଏମ କମଲ ସାଙ୍ଗୱାମ ଓ ଜାତୀୟ ପ୍ରଶିକ୍ଷଣ ସଂଯୋଜକ ଡ଼ଃ ଅଂଶୁ ଜେ ଆନ୍ଥୋନୀ ପ୍ରମୁଖ ମୁଖ୍ୟ ଅତିଥି ଓ ବକ୍ତା ଭାବେ ଯୋଗ ଦେଇ କହିଲେକି ଭାରତବର୍ଷ ରେ ବର୍ତ୍ତମାନ କୋଭିଡ 19 ର ଦ୍ୱିତୀୟ ଲହର ରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ପ୍ରାଣହାନି ଘଟିବା ଅକ୍ସିଜେନ, ଟୀକା କରଣ ପରି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଯୋଗୁଁ ଦେଶ ମହା ସଂକଟରେ ସମ୍ମୁଖୀନ ହେବାକୁ ଯାଉଛି !ଆଦରଣିୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଙ୍କ ୧ ବର୍ଷ ପୂର୍ବରୁ କେନ୍ଦ୍ର ସରକାର ଙ୍କୁ ଦେଇଥିବା ସତର୍କବାଣୀ ସତ୍ୟ ହୋଇଛି l ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଙ୍କୁ ମାଡ୍ରାସ ଓ ଦିଲ୍ଲୀ ହାଇକୋର୍ଟ ଙ୍କ ତଲବ ରାହୁଲ ଗାନ୍ଧୀ ଙ୍କ ବାର୍ତ୍ତା ସତ୍ୟ ପ୍ରମାଣିତ ହୋଇଛି !ଏହି ଜୁମ ବୈଠକ ରେ ସାମାଜିକ ଗଣ ମାଧ୍ୟମର ରାଜ୍ୟ ସଂଯୋଜକ ବିଶ୍ୱ ଭୂଷଣ ମହାପାତ୍ର, ରାଜ୍ୟର ଗଣ ମାଧ୍ୟମର ଭୂମିକା ଉପରେ ଗୁରୁତ୍ୱ ଆରୋପ କରିବା ସହିତ ଜୁନ ଶେଷ ସୁଦ୍ଧା ପ୍ରତ୍ୟେକ ଜିଲ୍ଲା ଠାରୁ ବ୍ଲକ ପର୍ଯ୍ୟନ୍ତ ସଂଯୋଜକ ନିଯୁକ୍ତ କରିବାକୁ ସୂଚନା ଦେଇଥିଲେ !

ଏଥିରେ ରାଜ୍ୟ ଉପାଧ୍ୟକ୍ଷା ଜ୍ୟୋସ୍ନା ସେନାପତି, କୃଷି ସେଲ ସଂଯୋଜକ ବିଜୟ କୁମାର ବୋଇତାଇ, କୈଳାଶ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ତଥା ବାଲେଶ୍ୱର ଅଧକ୍ଷ ବିକାଶ ଚନ୍ଦ୍ର ଦାସ, ଭଦ୍ରକ ର ଅଧକ୍ଷ ଗଣେଶ ପ୍ରକାଶ ମଲ୍ଲିକ, ଝାରସୁଗୁଡା ଅଧକ୍ଷ ରାଜେଶ ସାହିସ, ଯାଜପୁର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, କେନ୍ଦ୍ରାପଡ଼ା ଶିବପ୍ରସାଦ ନାଥ, ଖୋର୍ଦ୍ଧା ଭାରତୀ ଦାସ, ଭଦ୍ରକ ସୁବାସିସ ନାୟକ, ଗଞ୍ଜାମ ରଞ୍ଜନ ତରାଇ, ସାମାଜିକ ଗଣ ମାଧ୍ୟମ ର ଘନଶ୍ୟାମ ବେହେରା, ସତ୍ୟ ପ୍ରକାଶ କୁଅଁର, ସମେତ ଦୀପକ କୁମାର ଦାସ ସୁଶାନ୍ତ କୁମାର ସାହୁ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ଥିଲେ l ମଇ ଦିବସ ର ତାପ୍ତଯ୍ୟ ଶ୍ରମିକ ମାନଙ୍କ ସମସ୍ୟା ଉପରେ ଆଲୋଚନା ହୋଇ ଥିଲା l

150ବର୍ଷ ପୂର୍ବରୁ ବିଶ୍ୱ ରେ ରକ୍ତ ରଞ୍ଜିତ ଆନ୍ଦୋଳନ ରୁ ସୃଷ୍ଟି ହୋଇଥିବା 8ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ କୁ ବର୍ତ୍ତମାନ ର ଭାରତ ର ପ୍ରଧାନମନ୍ତ୍ରୀ ମହାମାରୀ କରୋନା ସମୟ ରେ ଅଧ୍ୟାଦେଶ ଜରିଆରେ 12ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ କରିବାକୁ ରାଜ୍ୟ ସରକାର ଦେଇଥିବା ସମର୍ଥନ କୁ ତୁରନ୍ତ ପ୍ରତ୍ୟାହାର କରିବା, ସମସ୍ତ ଅଣ ସଂଗଠିତ ଶ୍ରମିକ ମାନଙ୍କୁ ମାସିକ 7500 ଟଙ୍କା ପ୍ରଦାନ କରିବା,, ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ଯୋଗାଇ ଦେବା ଓ ପ୍ରବାସୀ ଶ୍ରମିକ ମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ସହିତ ସେମାନଙ୍କୁ ଅର୍ଥରାଶି ଦେବା, 18ବର୍ଷ ରୁ ଉର୍ଦ୍ଧ ସମସ୍ତ ନାଗରିକ ମାନଙ୍କୁ ଅବିଳମ୍ବେ ମାଗଣା ରେ ଟୀକା ପ୍ରଦାନ କରିବା ସହିତ କରୋନା ର ମୁକାବିଲା ନିମନ୍ତେ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁଳ ଭାବେ ଅକ୍ସିଜେନ, ଟୀକା ଓ ବେଡ଼ ମହଜୁଦ ରଖିବା କୁ ବିଭିନ୍ନ ଜିଲ୍ଲା ନେତୃବୃନ୍ଦ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିଥିଲେ !ଶେଷରେ କୃଷି ବିଭାଗ ସଂଯୋଜକ ବିଜୟ କୁମାର ବୋଇତାଇ ଧନ୍ୟବାଦ ଦେଇଥିଲେ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking