ମୟୂରଭଞ୍ଜ – ୭ଲକ୍ଷ ଟଙ୍କାର ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ମାଗି ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା।ପୁଣି କାର୍ଯ୍ୟ ସମ୍ପୂର୍ଣ୍ଣ ପରେ ଅଛି ଜେଇ,ସହକାରୀ ଯନ୍ତ୍ରୀ, ବିଡିଓ, ଏକାଉନଟାଣ୍ଟ ଏବଂ କାର୍ଯ୍ୟାଳୟର ଅନ୍ୟମାନଙ୍କ ପିସି। ଯାହା ବାହାରକୁ ଅଡ଼ୁଆ ଲାଗୁଥିଲେ ବି ବାସ୍ତବ ଏବଂ ସତ୍ୟ। କିନ୍ତୁ ଆମ ସରକାର ଦୁର୍ନୀତି ହଟାଇବା ପାଇଁ ଏହି ସରକାରୀ କର୍ମଚାରୀଙ୍କ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ତାହା କାହା ସ୍ୱାର୍ଥରେ ବୋଲି ଏବେ ପ୍ରଶ୍ନ ଉଠୁଛି। ତେବେ ଏବେ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅଧ୍ୟକ୍ଷା ଲାଞ୍ଚ ମାଗିବା ଅଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ଲାଞ୍ଚ ମାଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଆଇନ ପ୍ରଣୟନ କରି ବିଭିନ୍ନ ଅଫିସ ସମ୍ମୁଖରେ ପୋଷ୍ଟର ଲଗାଇଛନ୍ତି । ଏକ୍ଷେତ୍ରରେ ସରକାର ଏବଂ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାଉପରେ ସମସ୍ତଙ୍କର ନଜର। ସେ ପୁଣି ଜଣେ ବିଜେପି ସମର୍ଥିତ ବ୍ଲକ ଅଧ୍ୟକ୍ଷା। ତେବେ ଏଠି ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅଧ୍ୟକ୍ଷା ମାଳତୀ ଆଲଦାଙ୍କ ଭାଇରାଲ ଅଡ଼ିଓ କଥା । କିଛି ଯୁବକ ମିଳିମିଶି ୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ରାସ୍ତା ନିର୍ମାଣ କାର୍ଯ୍ୟ କରିଥିଲେ। ସେ କାମର ବିଲ ପାଶ କରିବା ପାଇଁ ୧,୫୦,୦୦୦/- ଟଙ୍କା ଲାଞ୍ଚ ଦାବିକରି ମାଗିବା ଅଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ନିର୍ମାଣ କାର୍ଯ୍ୟ କରିଥିବା ଯୁବକଜଣକ ଏକ ଲକ୍ଷ ଦେବାକୁ ରାଜିଥିବା ବେଳେ ଅଧ୍ୟକ୍ଷା କଣ କହୁଛନ୍ତି ଶୁଣନ୍ତୁ ।
ତେବେ ଏହାର ସତ୍ୟତା ଜାଣିବା ପାଇଁ ବ୍ଲକ ଅଧକ୍ଷାଙ୍କୁ ଫୋନ ଯୋଗେ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଫୋନ ସୁଇଚ ଅଫ ଥିବାରୁ ଯୋଗାଯୋଗ ସମ୍ଭବ ହେଇପାରି ନାହିଁ । ଯଦି ଘଟଣା ସତ ହୋଇଥାଏ ତେବେ ନିନ୍ଦନୀୟ ଏବଂ ସାଙ୍ଘାତିକ ଘଟଣା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।