34.1 C
Bhubaneswar
Friday, March 29, 2024
Homeଅପରାଧଠାକୁରମୁଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଟଙ୍କା ବ୍ୟକ୍ତିଗତ ଜମାଖାତାକୁ ଯିବା ଘଟଣାରେ ଦୁଇନିଲମ୍ବନ ୬ ଜଣଙ୍କ...

ଠାକୁରମୁଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଟଙ୍କା ବ୍ୟକ୍ତିଗତ ଜମାଖାତାକୁ ଯିବା ଘଟଣାରେ ଦୁଇନିଲମ୍ବନ ୬ ଜଣଙ୍କ ନାମରେ ଥାନାରେ ମାମଲା

ମୟୂରଭଞ୍ଜ(ଘାସିରାମ ବେହେରା)- ଗଣମାଧ୍ୟମରେ ଲଗାତାର ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ଜିଲ୍ଲା ଓ ଉପଖଣ୍ଡ ପ୍ରଶାସନ ପକ୍ଷରୁ ୩ଦିନିଆ ମାରାଥନ ତଦନ୍ତ ପରେ ଗଡ଼ିଲା ୨ମୁଣ୍ଡ ୬ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ। ଘଟଣାଟି ହେଉଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର। ବ୍ଲକକୁ ସରକାର ଯୋଗାଇ ଦେଉଥିବା ସାମାଜିକ ସୁରକ୍ଷା (ଭତ୍ତା)ଟଙ୍କା ଜନୈକ ବେସରକାରୀ ବ୍ୟକ୍ତିଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଜମାଖାତାରେ ବିଭିନ୍ନ ସମୟରେ କୋଟିକୋଟି ଟଙ୍କାଜମା ହେବାକୁନେଇ ସୃଷ୍ଟି ହୋଇଥିଲା ବିବାଦୀୟ ପରିସ୍ଥିତି। ଜାଣିଅଜଣା ସାଜିଥିଲା ଠାକୁରମୁଣ୍ଡା ବ୍ଲକ ପ୍ରଶାସନ। ଘଟଣାର ମାରାଥନ ତଦନ୍ତ ପରେ କାର୍ଯ୍ୟରେ ଅବହେଳା କରିଥିବା ବ୍ଳକର ମୁଖ୍ୟକିରାଣୀ ପୂର୍ଣ୍ଣଚନ୍ଦ୍ର ନାଏକ ଏବଂ ଅତିରିକ୍ତ ଦାଇତ୍ୱରେ ଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଛତିଶ ମାଟିଆଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛି ଜିଲ୍ଲା ପ୍ରଶାସନ । ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଠାକୁରମୁଣ୍ଡା ବିଡ଼ିଓ ଅନ୍ୟ ୬ ଜଣଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ସେମାନେ ହେଲେ ବେସରକାରୀ ଖାତାଧାରୀ (୧) ବେଣୁଧର ମହାନ୍ତ, (୨)ଠାକୁରମୁଣ୍ଡା ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ବାଜିନାଥ କଣ୍ଡେକାଲ ଯିଏକି ୧ ଲକ୍ଷ ୫୫ ହଜାରଟଙ୍କା ଉଠାଇବାରେ ସହଯୋଗ କରିଥିଲେ ।(୩) ବର୍ତ୍ତମାନର ବ୍ୟାଙ୍କ ଶାଖାପରିଚାଳକ ଇନ୍ଦ୍ରାଇସହଲ ସିଂ ୫ କୋଟିରୁ ଉର୍ଦ୍ଧ୍ବ ସରକାରୀ ଟଙ୍କା ବେସରକାରୀ ବ୍ୟକ୍ତି ବେଣୁଧର ମହାନ୍ତଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଜମାଖାତାରେ ଜମା ହେଉଥିଲେ ବି ଏନେଇ କାହାକୁ ସୂଚନା ପ୍ରଦାନ କରିନଥିବାରୁ, (୪) ଠାକୁରମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ସାମାଜିକସୁରକ୍ଷା ଅଧିକାରୀ ଗୋପୀନାଥ ସୟ ଜିଲ୍ଲା ସାମାଜିକସୁରକ୍ଷା ଅଧିକାରୀଙ୍କୁ ଠାକୁରମୁଣ୍ଡା ବ୍ଲକର ବ୍ୟାଙ୍କ ଆକାଉଣ୍ଟ ନମ୍ବର ପ୍ରଦାନ କରିଥିଲେ, (୫)ପୂର୍ବତନ ଏବିଡିଓ ପାସକାଲ କାଇରୋ ବିଡ଼ିଓଙ୍କ ବିନା ଅନୁମତିରେ ଉକ୍ତ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପ୍ରଦାନ କରିଥିଲେ ଏବଂ (୬) ଜିଲ୍ଲା ସାମାଜିକସୁରକ୍ଷା ଅଧିକାରୀ ନରେଶ ବିନ୍ଧାଣି ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ ନ କରି ପ୍ରଥମ କିସ୍ତିର ୧ଲକ୍ଷ ୫୫ହଜାର ୪ଶହଟଙ୍କା ପ୍ରଦାନ କରିଥିଲେ । ଏହା ପରେମଧ୍ୟ ବିନା କୌଣସି ଯାଞ୍ଚରେ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ଵ ସମୟ ମଧ୍ୟରେ ୫କୋଟି ୭୭ ଲକ୍ଷ ୯୬୪ ସରକାରୀ ଟଙ୍କା ବ୍ୟକ୍ତିଗତ ବ୍ୟାଙ୍କ ଜମାଖାତାରେ ରହିବା ଭଳି ଘଟଣା ସମ୍ପର୍କରେ ସାମାନ୍ୟସୂଚନା ସମ୍ପୃକ୍ତ ଅଧିକାରୀମାନଙ୍କ ପାଖରେ ନ ରହିବା ସେମାନଙ୍କର ସାଧୁତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।ତେବେ ଠାକୁରମୁଣ୍ଡା ବ୍ଲକ ପ୍ରଶାସନର ଅଭିଯୋଗକୁ ଭିତ୍ତିକରି ଠାକୁରମୁଣ୍ଡା ଥାନା ପୋଲିସ ଉକ୍ତ ୬ଜଣଙ୍କ ନାମରେ ଏକ ମାମଲାରୁଜୁ କରି ଅଧିକ ତଦନ୍ତ କରିଛି । ତେବେ ସରକାରୀ କାର୍ଯ୍ୟ ନିର୍ବାହରେ ଅବହେଳା କରିଥିବା ସମ୍ପୃକ୍ତକର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ନା ତଦନ୍ତ ଆଳରେ ଘଣ୍ଟଘୋଡା ଯାଉଛି ତାହା ଦେଖିବାକୁ ବାକି ରହିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking