39.1 C
Bhubaneswar
Tuesday, April 23, 2024
Homeଅପରାଧଚୋରି କରିବାକୁ ଆସି ଧରାପଡିଲା ସାପ

ଚୋରି କରିବାକୁ ଆସି ଧରାପଡିଲା ସାପ

 ମୟୂରଭଞ୍ଜ – ଧରାପଡ଼ିଲା କୁକୁଡ଼ା ଅଣ୍ଡା ଚୋର। ଅଣ୍ଡା ଚୋରିକରି ଖାଇବା ପରେ କୁକୁଡ଼ା ଧାଡିକୁ ଆକ୍ରମଣ କରି ଜୀବନରୁ ମାରି ଦେଇଥିବା ଦେଖିବାକୁ ମିଳିଛି। ଧରାପଡିବାରୁ ତାର କ୍ରୋଧ ଏବଂ ଗର୍ଜନରେ ପରିବାର ଲୋକଙ୍କ ସହିତ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଥିଲେ।
ଏମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କାଠଶିରିଷି ଗାଁର କାହ୍ନୁଚରଣ ମିଶ୍ରଙ୍କ ଘରେ । କୁକୁଡ଼ାଅଣ୍ଡା ଖାଇବାକୁ ଆସି ଧରାପଡିଲା ୬ଫୁଟିଆ ନାଗସାପ। କାହ୍ନୁଚରଣଙ୍କ ଘରକଡରେ ରହିଥିବା କୁକୁଡା ଭାଡିରେ ଆଜି ଏହି ନାଗସାପଟି ପସିଥିବା ଦେଖିବାକୁ ପାଇଥିଲେ। ସାପଟି ପୁର୍ବରୁ ଏଠାକୁ ଆସି ଏକଗାତ ମଧ୍ୟରେ ରହି କୁକୁଡ଼ା ଅଣ୍ଡା ଖାଇ ଚାଲୁଥିଲା । ତେବେ ଆଜି ୨ଟି କୁକୁଡ଼ା ମରି ପଡିଥିବା ବେଳେ ସାପଟି ଅଣ୍ଡା ଖାଉଥିବା ଦୃଶ୍ୟ ଗୃହ ମାଲିକଙ୍କ ନଜରକୁ ଆସିଥିଲା । ଏଦୃଶ୍ୟ ଦେଖି ଭୟଭୀତ ହୋଇଯାଇ ସଙ୍ଗେ ସଙ୍ଗେ ସ୍ନେକ ହେଲ୍ପ ଲାଇନର ଅଭିଜ୍ଞ ସାପ ଧରାଳିଙ୍କୁ ଖବର ଦେଇଥିଲେ। ଖବରପାଇ ସ୍ନେକ ହେଲ୍ପ ଲାଇନର ଅଭିଜ୍ଞ ସଦସ୍ୟ କୃଷ୍ଣଚନ୍ଦ୍ର ଗୋଛାୟତ ଘଟଣାସ୍ଥଳରେ ପହଞ୍ଚି ବିଷଧର ନାଗସାପଟିକୁ ଉଦ୍ଧାର କରି ଆୟତ୍ତକୁ ନେଇଥିଲେ। ପରେ ସାପଟିକୁ ସୁରକ୍ଷିତ ଭାବେନେଇ ଦୂର ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking