34.1 C
Bhubaneswar
Thursday, March 20, 2025
Homeଓଡିଶାଫେବୃଆରୀ ୨୧ରୁ ଆରମ୍ଭ ମାଟ୍ରିକ ପରୀକ୍ଷା

ଫେବୃଆରୀ ୨୧ରୁ ଆରମ୍ଭ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ନେଇ ପ୍ରେସମିଟ କରିଛି ବୋର୍ଡ । ଫେବୃଆରୀ  ୨୧ ତାରିଖରେ  ମାଟ୍ରିକ ପରୀକ୍ଷା ହେବ । ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିବ ମ୍ୟାଟ୍ରିକ ପରୀକ୍ଷା । ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ହେବ ।  ଏଥିପାଇଁ ୩୧୪ଟି ନୋଡାଲ ସେଣ୍ଟର କରାଯାଇଛି । ପ୍ରତି ଜିଲ୍ଲାରେ ରହିବ ଦୋଟିଏ ଗୋଟିଏ ନୋଡାଲ ସେଣ୍ଟର ।  ଚଳିତ ମ୍ୟାଟ୍ରିକ ବୋର୍ଟ ପରୀକ୍ଷାରେ  ୫ଲକ୍ଷ ୧୦ ହଜାର ୭୭୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୧୨ ତାରିଖରୁ କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର । ୧୯ ତାରିଖ ସୁଦ୍ଧା  ସବୁ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର । ଉଭୟ ଅନଲାଇନ ଏବଂ ଅଫଲାଇନରେ ମିଳିବ ଆଡମିଟ କାର୍ଡ । www.bseodisha.ac.inରେ ମିଳିବ ଆଡମିଟ କାର୍ଡ । ପ୍ରଶ୍ନପତ୍ରରେ ସିରିଏଲ ନମ୍ବର ରହିବ । କିଭଳି ପ୍ରଶ୍ନପତ୍ର ଲିକ ହେବ  ନାହିଁ ସେ ଉପରେ ଗୁରୁତ୍ୱ ଦିଆଯାଇଛି ।ପ୍ରଥମ ଥର ପାଇଁ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ । କ୍ୟୁଆର କୋଡ ଓ ସିରିଏଲ ନମ୍ବର ବି ରହିବ । ରାଜ୍ୟରେ ହେବ ୩୧୪ ନୋଡାଲ ସେଣ୍ଟର । କପି ରୋକିବାକୁ ସ୍ୱତନ୍ତ୍ର ସ୍କ୍ୱାଡ ବ୍ୟବସ୍ଥା ରହିଛି । ସବୁ ନୋଡାଲ ସେଣ୍ଟରରେ ଲାଗିବ ସିସିଟିଭି । ମାସେ ଭିତରେ ବାହାରିବ ରେଜଲ୍ଟ । ୪୭ ଟି କେନ୍ଦ୍ରରେ ଖାତା ଦେଖା ହେବ । ପରୀକ୍ଷା ସରିବାର ମାସେ ଭିତରେ ପ୍ରକାଶ ପାଇବ ରେଜଲ୍ଟ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking