ସମ୍ବଲପୁର : ସମ୍ବଲପୁର ମଣପ୍ପୁରମ ଗୋଲ୍ଡ ଫାଇନାନ୍ସରୁ ଲୁଟ ଘଟଣାରେ ଗୌହାଟୀରୁ ମାଷ୍ଟରମାଇଣ୍ଡ ଉତ୍ତମ ପାଶଫ୍ୱାନ ଗିରଫ ହୋଇଛନ୍ତି । ଗିରଫ ନେଇ ଉତ୍ତରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି । ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୁଲିସ । ଜାନୁଆରୀ ୩ରେ ହୋଇଥିଲା ସଶସ୍ତ୍ର ଡକାୟତି । ୨୮ କେଜି ସୁନା ସହ ୪ ଲକ୍ଷ ଟଙ୍କା ଲୁଟ ହୋଇଥିଲା ।