27.1 C
Bhubaneswar
Wednesday, January 22, 2025
Homeଦେଶ ବିଦେଶହରିଆଣାରେ ମାସ୍କ୍ ବାଧ୍ୟତାମୂଳକ; କୋଭିଡ୍ ଆକ୍ରାନ୍ତଙ୍କୁ ୭ ଦିନିଆ କ୍ୱାରେଣ୍ଟାଇନ

ହରିଆଣାରେ ମାସ୍କ୍ ବାଧ୍ୟତାମୂଳକ; କୋଭିଡ୍ ଆକ୍ରାନ୍ତଙ୍କୁ ୭ ଦିନିଆ କ୍ୱାରେଣ୍ଟାଇନ

ଚଣ୍ଡିଗଡ: ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ହରିୟାଣା ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ୍ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି । ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍ ସୋମବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୧୦୦ରୁ ଅଧିକ ଲୋକ ରୁଣ୍ଡ ହେଉଥିବା ସ୍ଥାନରେ ମାସ୍କ୍ ପିନ୍ଧିବା ଜରୁରୀ । ଏହାବ୍ୟତୀତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନେ କର୍ମସ୍ଥଳରେ ମାସ୍କ୍ ପିନ୍ଧିବେ ବୋଲି ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି ।

ରାଜଧାନୀ ଚଣ୍ଡିଗଡ ବାସିନ୍ଦା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି । ସୋମବାର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଭିଜ୍ ଏକ ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା କରିବାପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ଥଣ୍ଡା ଓ କାଶ ଭଳି ଲକ୍ଷଣ ଥିବା ରୋଗୀ ଡାକ୍ତରଖାନାକୁ ଆସିଲେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ ବୋଲି କୁହାଯାଇଛି । ଏହାବ୍ୟତୀତ କୋଭିଡ୍ ଆକ୍ରାନ୍ତଙ୍କର ଜେନୋମ ସିକ୍ୱେନ୍ସିଂ କରାଯିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

କୋଭିଡ୍ ନିୟମ ମାନି ଚଳିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯାଇଛି । କୋଭିଡ୍ ଆକ୍ରାନ୍ତଙ୍କୁ ୭ ଦିନ ସଙ୍ଗରୋଧରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ବିଶେଷ ନଜର ରଖିବାକୁ ଏୟାରପୋର୍ଟ ଏବଂ ସ୍ୱାସ୍ଥ୍ୟ ବିଭାଗକୁ କଡା ନିର୍ଦ୍ଦେଶ ଦିଆଯାଇଛି । ସୋମବାର ରାଜ୍ୟରେ ୯୧ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ଗୁରୁଗ୍ରାମରେ କେବଳ ୫୭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୦ ଅତିକ୍ରମ କରିସାରିଛି । ତେବେ ଏମାନଙ୍କ ମଧ୍ୟରୁ କାହାରିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇନାହିଁ । ରାଜ୍ୟରେ କୋଭିଡ୍ ପରୀକ୍ଷଣକୁ ତ୍ୱରାନ୍ୱିତ କରିବାକୁ ସବୁ ସିଭିଲ ସର୍ଜନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking