33.1 C
Bhubaneswar
Saturday, April 27, 2024
Homeଓଡିଶାମୁହଁ ନ ଢାଙ୍କି ପଦାକୁ ବାହାରିଲେ ଜୋରିମାନା ୫୦୦ଟଙ୍କା

ମୁହଁ ନ ଢାଙ୍କି ପଦାକୁ ବାହାରିଲେ ଜୋରିମାନା ୫୦୦ଟଙ୍କା

କେନ୍ଦ୍ରାପଡ଼ା : ଏଣିକି ବିନା ମାସ୍କରେ ଘରୁ ବାହାରିଲେ ଜୋରିମାନା ୫ ଶହଯଙ୍କା ଦେବାକୁ ପଡ଼ିବ । ଏବେ ସମଗ୍ର ପୃଥିବୀରେ କରୋନା ସଂକ୍ରମଣ ବ୍ୟାପି ମୃତ୍ୟୁର ତାଣ୍ଡବ ଲୀଳା ସୃଷ୍ଟି କରୁଥିବା ବେଳେ ଆମ ଦେଶ ଭାରତ ଓ ରାଜ୍ୟରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନା ଭୂତାଣୁ ସଂକ୍ରମଣରେ ରୋକ ଲଗାଇବା ପାଇଁ ସମଗ୍ର ଦେଶ ଓ ରାଜ୍ୟରେ ଲକଡାଉନ କରାଯାଇ ଲୋକେ ଘରୁ ବାହାରିବା ଉପରେ କଟକଣା ଲଗା ଯାଇଛି । ଏଥିସହ ବିଦେଶ ତଥା ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକମାନେ ନିଜକୁ ପଞ୍ଜିିକରଣ କରିବା ସହ ୧୪ ଦିନ ପାଇଁ ଏକାନ୍ତ ବାସରେ ରହିବାକୁ ରାଜ୍ୟ ସରକାର କହିଛନ୍ତି । ଏଥିସହ କୌଣସି ବ୍ୟକ୍ତିକୁ କାଶ, ଛିଙ୍କ, ଜ୍ୱର ଆଦି ହେଲେ ତୁରନ୍ତ ଟୋଲ ଫ୍ରି ନମ୍ବର ୧୦୪କୁ ଟେଲିଫୋନ କରି ଜଣାଇବାକୁ ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ସର୍ବୋପରି ପ୍ରତି ବ୍ୟକ୍ତି ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି । ହେଲେ କିଛି ଲୋକ ଏହି ସମସ୍ତ ସରକାରୀ ନିର୍ଦ୍ଦେଶନାମାକୁ ନମାନିବା ସହ ଲକଡାଉନକୁ ବେଖାତିର କରି ବିଭିନ୍ନ ବାହାନ କରି ଘରୁ ବାହାରି ବୁଲାବୁଲି କରୁଥିବାରୁ ଓ ହାଟ ବଜାର ଆଦି ସର୍ବସାଧାରଣ ସ୍ଥାନରେ ଗହଳି କରି ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ଯୋଗୁ ରାଜ୍ୟରେ କରୋନାରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେହିପରି ବିଦେଶ ଓ ରାଜ୍ୟ ବାହାରୁ ଆସିଥିବା କିଛଇ ଲୋକ ନିଜ ନାମ ପଞ୍ଜିକରଣ ନକରି ଲୁଚି ରହିଥିବା ଯୋଗୁ କରୋନା ଭୂତାଣୁ ଗଣସଂକ୍ରମଣର ଆଶଙ୍କା ସୃଷ୍ଟି କରିଛି । ଜଣେ ସଂକ୍ରମିତ ବ୍ୟକ୍ତିକୁ ଛୁଇଁବା ଦ୍ୱାରା ଓ ସଂକ୍ରମିତ ବ୍ୟକ୍ତିର କାଶ, ଛିଙ୍କ, କଫ, ଲାଳ, ଆଦିର ସଂସ୍ପର୍ଷରେ ଆସିବା ଦ୍ୱାରା କରୋନା ଭୂତାଣୁ ଅନ୍ୟ ଜଣକୁ ସଂକ୍ରମିତ ହୋଇଥାଏ । ଭୂତାଣୁ ଗଣସଂକକ୍ରମଣ ରୂପ ନେବାକୁ ବସିଥିବା ଯୋଗୁ ରାଜ୍ୟ ସରକାର ଏକ ନୂତନ ନିୟମ ଲାଗୁ କରିଛନ୍ତି । ଏହି ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ଘରୁ ବାହାରେ ତେବେ ସେ ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ । ଏହି ନିୟମ ଉ ଲଂଘନ କରୁଥିବା ବ୍ୟକ୍ତି ଉପରେ ଜୋରିମାନା କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି । ଏହି ନିୟମକୁ କଡ଼ା କଡ଼ି ଭାବେ ଲାଗୁ କରିବାକୁ ରାଜ୍ୟ ମୁଖ୍ୟ ସଚୀବ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏହି ମର୍ମରେ କେନ୍ଦ୍ରାପଡ଼ା ଜିଲ୍ଲାରେ କୌଣସି ଲୋକ ଘରୁ ବାହାରିଲେ ମୁହଁରେ ମାସ୍କ ପିନ୍ଧି ବା ମୁହଁରେ ରୁମାଲ ବାନ୍ଧି ବା ସଫା କପଡ଼ାକୁ ଦୁଇ ପରସ୍ତ କରି ମୁହଁରେ ବାନ୍ଧି ବାହାରକୁ ବାହାରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସାର୍ଥକ ବର୍ମା ନିର୍ଦ୍ଦେଶନାମା ଜାରିକରିଛନ୍ତି । ଏହି ନର୍ଦ୍ଦେଶନାମୁ ଉଲଂଘନ କରି ଯିଏ ଘରୁ ବାହାରିବ ତା’ଉପରେ ୫ଶହ ଟଙ୍କା ଜୋରିମାନା କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ ବର୍ମା ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସହର ଓ ଗାଁ ଗଣ୍ଡାରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ସାଧାରଣ ଲୋକଙ୍କୁ ଅବଗତ କରାଯାଇଛି । ମାସ୍କ, ରୁମାଲ ବା କପଡ଼ା ମୁହଁରେ ବାନ୍ଧିବା ଦ୍ୱାରା ସଂକ୍ରମିତ ବ୍ୟକ୍ତିର ଛିଙ୍କ, ଲାଳ, ଛେପ ବା କଫ ନିକଟରେ ଥିବା ବ୍ୟକ୍ତିକୁ ସଂକ୍ରମିତ କରିପାରିବ ନାହିଁ । ତେଣୁ ସରକାରଙ୍କ ଏହି ନିୟମକୁ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking