35.1 C
Bhubaneswar
Tuesday, April 23, 2024
Homeଓଡିଶାରାଉରକେଲାରେ କରେନା ଲଢେଇ : ସଚେତନତା ହଉଚିି, ସହାୟତା ସମୁଦ୍ରକୁ ଶଙ୍ଖେ

ରାଉରକେଲାରେ କରେନା ଲଢେଇ : ସଚେତନତା ହଉଚିି, ସହାୟତା ସମୁଦ୍ରକୁ ଶଙ୍ଖେ

ରାଉରକେଲା  : ରାଉରକେଲା ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟି ହୋଇଥିବା ବେଳେ, ଦକ୍ଷିଣ ରାଉରକେଲା ପ୍ରତି କ୍ଷେତ୍ରରେ ଅବହେଳିତ ଥିବା ପୂର୍ବରୁ  ଅନେକ ଥର ନଜିର ରହିଥିବା ବେଳେ, କରୋନା ଲଢେଇରେ  ମଧ୍ୟ ଏକ ପ୍ରକାର ସ୍ପଷ୍ଟ ହୋଇଛି । ଏବେ ମହାମାରୀ କରୋନାକୁ ନେଇ ସାରନଗରୀର ରାଜରାସ୍ତା, ଗଳିକନ୍ଦି ପୁରା ଶୁନଶାନ ହୋଇ ପଡ଼ିଛି । ଦକ୍ଷିଣ ରାଉରକେଲା ଓ ସାରନଗରୀରେ କରୋନାକୁ ନେଇ ଲୋକଙ୍କୁ ସଚେତନ କରୁଛନ୍ତି କିଛି ସାମାଜିକ ସଂସ୍ଥା । ଲକ ଡାଉନ ସମୟରେ ଘରେ ରହିବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ହାତ ସାବୁନରେ ଧୋଇବା ତଥା ମାସ୍କ ପିନ୍ଧିବାକୁ ସଚେତନ କରୁଛନ୍ତି ସାରନଗରୀ ଅଂଚଳର ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ ମଂଚ ଓ ହୋପ ଅଫ ଲାଇପର ସଦସ୍ୟ ମାନେ । ଗତ ଶୁକ୍ରବାର ପୂର୍ବାହ୍ନରେ ସୁପର ମାର୍କେଟରେ ପରିବା ହାଟ ଚାଲିଥିବା ବେଳେ ହୋପ ଅଫ ଲାଇଫର ସଦସ୍ୟ ମାନେ କରେନା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରିଥିଲେ । ସଦସ୍ୟ ମାନେ ହାତରେ ଡାକବାଜି ଯନ୍ତ୍ର ଧରି ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରିବା ହାଟକୁ ଆସୁଥିବା ଲୋକଙ୍କୁ ଅପିଲ କରିଥିଲେ । ମାଗଣାରେ ଲୋକଙ୍କୁ  ମାସ୍କ ମଧ୍ୟ ବଂଟନ କରାଯାଇଥିଲା । ସାରନଗରୀରେ ଥିବା ବସ୍ତି ଅଂଚଳରେ ମାଗଣାରେ ଖେଚୁଡ଼ି ବଂଟନ କରାଯାଇଥିବା ଖବର ମିଳିଛି ।  ଅପରପକ୍ଷରେ  ପ୍ରଶାସନ ପକ୍ଷରୁ ରାଉରକେଲା ସହରର ବିଭିନ୍ନ ବସ୍ତି ଓ କଲୋନୀରେ ରନ୍ଧା ଖାଦ୍ୟ ଓ  ବିଭିନ୍ନ ମାରୱାଡ଼ି ସାମାଜିକ ସଂସ୍ଥା ପକ୍ଷରୁ ବସଷ୍ଟାଣ୍ଡ, ଷ୍ଟେସନ ବାହାରେ ଥିବା ନିରାଶୟ ଓ ଗରିବ ଲୋକଙ୍କୁ  କରୋନା ସହାୟତା ମିଳୁଥିବା ବେଳେ, ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀରେ ଏହା ସମୁଦ୍ରରୁ ଶଖେଂ ବୋଲି ସାଧାରଣରେ ଆଲୋଚନା ହେଉଛି । ପ୍ରଶାସନ ପକ୍ଷରୁ ଏଯାଏ କୌଣସି ହେଲେ ବସ୍ତିରେ ଆବଶ୍ୟକ ସହାୟତା ମିଳିପାରି ନଥିବା ବସ୍ତି ବାସିନ୍ଦା ମାନଙ୍କ ମୁହଁରୁ ଶୁଣିବାକୁ ମିଳେ । ଦକ୍ଷିଣ ରାଉରକେଲାରେ ପ୍ରଶାସନର ଦରଦ ଦୃଷ୍ଟି ପଡ଼ି ପାରିନଥିବା କାରଣରୁ ଅଂଚଳବାସୀ ଜଳକା ହୋଇ ରହିଛନ୍ତି । କାଁ ଭାଁ କେତେବେଳେ ଘରୋଇ ସାମାଜିକ ସଂସ୍ଥା ପକ୍ଷରୁ ଖାଦ୍ୟ ଗରିବ ଲୋକଙ୍କୁ ମିଳୁଥିଲେ ମଧ୍ୟ ଏହା ସଭିଁଙ୍କ କପାଳରେ ଜୁଟୁନି । ସେହିପରି ସାରନଗରୀରେ ଥିବା ପାଖାପାଖି ୨୦ ବସ୍ତି, ଆରଏଚ କଲୋନୀ, କନଷ୍ଟ୍ରକସନ କଲୋନୀ, ଲେବର କେଲାନୀ, ଳାଲଟାଙ୍କି ଆଦି ଅଂଚଳରେ ପରିମଳ ବ୍ୟବସ୍ଥା ଭୁଷୁଡ଼ି ଥିବା ବେଳେ ପ୍ରଶାସନ ପକ୍ଷରୁ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦିଆଯାଉନି କି, ରାସାନିୟକ ଏଯାଏ ଛିଚଂନ କରାଯାଇନି । କେବଳ ଯାହା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ କରୋନା ସଚେତନତା ଓ ସରକାରଙ୍କ ପ୍ରଦତ ମାଗଣା ଉଜ୍ଜଳା ଗ୍ୟାସ, ବାର୍ଦ୍ଧକ୍ୟ , ବିଧବା ଓ ବିକଳାଙ୍ଗ ଭତା, ମାଗଣା ଅଗ୍ରୀମ ପିଡ଼ିଏସ ଚାଉଳ ବଂଟନ କାର୍ଯ୍ୟକ୍ରମ ଦକ୍ଷିଣ ରାଉରକେଲାରେ ଚାଲୁଛି । ପ୍ରଶାସନର ମୁଖିଆ ମାନଙ୍କ ପାଦ ମଧ୍ୟ ଏଯାଏ ଦକ୍ଷିଣ ରାଉରକେଲା ଓ ସାରନଗରୀର ମାଟି ଛୁଇଁ ପାରନଥିବା ଅଂଚଳର କିଛି ବୁଦ୍ଧିଜିବୀ  ଓ ବରିଷ୍ଠ ନାଗରିକ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking